ପିଣ୍ଡ ଦାନ
ପିଣ୍ଡ ଦାନ
1 min
176
କୂଳପୁରୋହିତ ଙ୍କ ମନ୍ତ୍ରପାଠ
ନୂତନ ହାଣ୍ଡିରେ ରନ୍ଧା ବ୍ୟଞ୍ଜନ
କେତୋଟି ପତର ର ପାତ୍ରରେ
ବଢାହୁଏ ପୂର୍ବଜ ମାନଙ୍କ ଉଦେଶ୍ୟରେ
ପକାଯାଏ ପିଣ୍ଡ,
ଟିକେ ଅକ୍ଷତକୁ ଧରି ମନ୍ତ୍ରପଢ଼ି
ଛିଞ୍ଚି ଦିଅନ୍ତି ପଞ୍ଚୁପାତ୍ର ଜଳ
ଗଙ୍ଗା ଯମୁନା ସ୍ରରସ୍ବତୀ ନର୍ମଦା ସିନ୍ଦୁ କାବେରୀ
ବିଷ୍ଣୁକୁ ଆବାହନ କରି
ନିଧିଷ୍ଟ ବିଧିରେ
ଶ୍ରାଦ୍ଧ କର୍ମ କରୁ ।
ମହାଳୟାର ଅନ୍ଧାର ପକ୍ଷରେ
ପୂର୍ବସୁରିଙ୍କ ନାମରେ
ଶ୍ରଦ୍ଧାରେ ଶ୍ର।ଦ୍ଧ ଦେଇ
ମଙ୍ଗଳକାମନାକରୁ ।
ମଣିଷ ଙ୍କ ଭାବନା
କଣ ଈଶ୍ୱର ଜାଣନ୍ତି ନାହିଁ?
ପ୍ରେତ୍ୟକ କର୍ମର ଫଳ ଥାଏ
ନିଜପାଖୁ ଫେରିଆସେ
ଏତେ କଥା ଶାସ୍ତ୍ର କହୁଥିଲେ
ତେବେ ପିତୃଗଣ
ପିଣ୍ଡ ଦାନ ଆଚାର୍ଯ୍ୟଙ୍କ
କିସ ପ୍ରୟୋଜନ ।
