ପିଆଲା ପ୍ରେମ
ପିଆଲା ପ୍ରେମ
1 min
217
ପ୍ରେମ ପଞ୍ଚlକ୍ଷର ପଢିଲେ ପାବନେ
ବିଷ ଲାଗଇ ଅମୃତ
ଏ ଧରା ବକ୍ଷରେ ଭୁଲିଗଲେ ସେହି
ପବିତ୍ର ଜୀବନ ମୃତ ll
ପ୍ରେମର ନିଶାରେ ବୁଡିଗଲେ ଥରେ
ବିଶ୍ୱଲାଗେ ନିଶାମୟ
ପ୍ରେମବିନା ସୃଷ୍ଟି ଅନ୍ଧର ରାଇଜ
ଭବିଷ୍ୟତ ଅସହାୟ l
ପ୍ରେମ ପୋଖରୀରେ ଡ଼ୁବୁକି ମାରିଲେ
ପାପ ହୋଇଯାଏ ପୂଣ୍ୟ
ପ୍ରେମର ସଂଜ୍ଞାକୁ ବୁଝିଗଲେ ବାରେ
ଇତିହାସ ହୁଏ ଧନ୍ୟ ll
