Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Triphathy

Others

4  

Nrusingha Narayan Triphathy

Others

ଫୁଲ

ଫୁଲ

1 min
228



ନାନା ଜାତି ଫୁଲ            ହୁଏ ପ୍ରସ୍ଫୁଟିତ

          ରଙ୍ଗର ଗନ୍ଧର ନାମେ

ପ୍ରକୃତି ରାଣୀର             ସୌନ୍ଦର୍ଯ୍ୟ ମଣ୍ଡିତ

          କରିଥାଏ ନାନାସ୍ଥାନେ l


ଫୁଲତ କୋମଳ            ଦେହତା ନରମ

         ସୁଗନ୍ଧରେ ପରିବ୍ୟାପ୍ତ

ରଙ୍ଗତ ଅନେକ            ଆକାର ଅସୀମ

         ପ୍ରକୃତିର ଆଚମ୍ବିତ l


ଟଗର ତରାଟ            ମଲ୍ଲୀ କନିଅର

         କାମିନୀ କାଞ୍ଚନ ଚମ୍ପା

ଜୁଇ ଜାଇ ହେନା         ନାମରେ ଅନେକ

        ଫୁଲର ସମ୍ଭାର ଧରା l


ପ୍ରଭାତ ସମୟେ          ମାଳି ଆଦରରେ

        ନାନା ଫୁଲ ତୋଳିଥାଏ

ଦେବଙ୍କ ମୁଣ୍ଡରେ          ଶୋଭିତ କୁସୁମ

        ଭକ୍ତି ଅର୍ଘ୍ୟ ଢାଳିଥାଏ l


ଭ୍ରମନ୍ତି ଭ୍ରମର           ଅତି ଆନନ୍ଦରେ

       ଫୁଲରୁ ଫୁଲକୁ ଛୁଇଁ

ପ୍ରଜାପତି ସବୁ           ଚୁମ୍ବିତ ଫୁଲକୁ

       ପ୍ରେମେ ମତୁଆଲା ହୋଇ l


ଦେଖିଲେ ଆନନ୍ଦ         ଆସଇ ମନରେ

        ଭୁଲିଯାଏ ସବୁଦୁଃଖ

କୁସୁମ ଅଟଇ           ପ୍ରତୀକ ଶାନ୍ତିର

       ଦେହେ ମନେ ଆଣେ ସୁଖ l


ନାରୀର ଗଭାରେ          ଶୋଭିତ କୁସୁମ

        ରୂପ ଗନ୍ଧ ମହକାଏ

ପ୍ରେମର ପ୍ରତୀକ           ଅଟଇ କୁସୁମ

        ତନୁ ମନ ଚମକାଏ l


ଫୁଲର ଆଦର           ସମ୍ମାନ ଅଧିକ

        ସହୀଦ ବେକେ ଶୋଭିତ

ଦେଶ ପାଇଁ ଯିଏ         ଆପଣାଏ ମୃତ୍ୟୁ

         ଫୁଲ ଦ୍ୱାରା ସମ୍ମାନୀତ l


ଅଭିନନ୍ଦନ ର           ମୁଖ୍ୟ ହତିଆର

       ଫୁଲତୋଡ଼ା ଫୁଲମାଳ

ରାଜା ଦରଶନେ         ଉତ୍ସାହ ପ୍ରଜାର

       ଦେଇ ଫୁଲ ଉପହାର l


କଦମ୍ବ ଫୁଲର           ସୁବାସ ସାଥିରେ

       କୃଷ୍ଣଙ୍କର ଗୋପନୀଳା

ଜାତୀୟ ଫୁଲର          ମର୍ଯ୍ୟାଦା ନାମରେ

        ପଦମ ଫୁଲ ରହିଲା


Rate this content
Log in