Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Others

3  

kahnu charan sahu

Others

ଫୁଲ

ଫୁଲ

1 min
180



ପୃଥିବୀ ପୃଷ୍ଠରେ ବିବିଧ ରୂପରେ 

ବିରାଜିଛି ରୂପବତୀ

କେବେ ତା ରୂପରେ କେବେ ମହକରେ

ବଢିଛି ହୃଦୟ ତାତି ।


ଯାଯାବର ଭଅଁର ଦେଖି ଶରୀର

ରହିଯାଏ ଚାହିଁ କ୍ଷଣେ

ପାପୁଲିଏ ଭାଗ୍ୟ ଥାଇ ତାର ପାଶେ

ସଭିଙ୍କର ମନ କିଣେ ।


ନରମ ଦେହରେ ଇନ୍ଦ୍ରଧନୁ ଛିଟା

ହରଇ ଭୋକର ରାତି

ଈଶ୍ୱର ମଥାରେ ଗୋଲାପୀ ଓଠରେ

ଗାଉଥାଏ ମଧୁ ଗୀତି ।


ଝର୍କା ସେପଟୁ ଦେଖି ତାଆ ଯୌବନ 

ବଖାଣେ ଶବ୍ଦରେ କବି

ଛାତିର ଯନ୍ତ୍ରଣା ଜାବୁଡି ଧରିଣ

ହସୁଥାଏ ଅହର୍ନିଶି ।


ପ୍ରେମୀଯୁଗଳଙ୍କ ପବିତ୍ର ସନ୍ତକ

ବିରହୀର ମଲାସ୍ୱପ୍ନ

ସମର୍ପି ହେବାକୁ ପ୍ରଭୁ ପାଦ ତଳେ

କରୁଥାଏ ଆମନ୍ତ୍ରଣ ।।




Rate this content
Log in