STORYMIRROR

Sunanda Mohanty

Others

3  

Sunanda Mohanty

Others

ଫରକ

ଫରକ

1 min
11.6K

ଲେଖିଦେରେ ପ୍ରେମିକ ମୋ 

ଜହ୍ନ ରେ ଗୋଟେ ଚିଠି 

ବୁଝିଯାଆରେ ପ୍ରେମିକ ମୋ

ଅଳସେଇ ସେଇ ନଇ ଗୋଟି 

ମାନିଯାଅରେ ପ୍ରେମିକ ମୋ 

କେତେ ତାରା ଫୁଲ ଏଠି 

ହେଲେ ସେ ଚିଠିରେ 

ତାରା ଫୁଟାଇ ନଈରେ 

ମାପିପାରିବୁକି ପାପ ପୂଣ୍ୟ କେଇଟି 

ନଈରେ ଢେଉ ପାଣିରେ ସୁଅ 

ଶ୍ରାବଣୀ ଆଖିରେ ଆଖିଏ ଲୁହ

ସମୁଦ୍ର ବେଳାରେ ପାଦ ଚି଼ହ୍ନ ଗୋଟି ଗୋଟି 

ପକ୍ଷୀର ଡେଣାରେ ନଈ ର ସୁଅ ରେ 

ଅଚିନ୍ହା ବାଟରେ ଫୁଲର ବାସ୍ନାରେ 

ଲେଖିପାରିବୁକି ପାପ ପୂଣ୍ୟ କେତେଏଇଠି 

ସ୍ବପ୍ନ ର ନାଉରୀ ବାଲି ର ପ୍ରହରୀ 

କାଗଜ ତିଆରି ନାଆ ସବୁ ରହିଛି ଏଠି 

ଶାମୁକା ଭିତରେ ମୋତି ଅଛି ସତ 

ମୃଗର ନାଭିରେ କସ୍ତୁରୀ ଗୁପତ 

ହେଲେ ଆଙ୍କିପାରିବୁକି ପାପପୂଣ୍ୟକୋଉଠି 

ତୁ ପ୍ରେମିକ ତ ମୁଁ ପ୍ରେମିକା ତୋହର 

ହାତରେ ତୋହର ନିକିତି ଗୋଟି 

ଦେଇପାରିବୁକି ସେ ନିକିତିରେ ପଲା 

ପାପ ପୂଣ୍ୟ ମାପିବାକୁ ଦୁଇପଟେଏଠିସେଠି

ତୋ ମୋ ଭିତରେ ଅନେକ ଫରକସେଇଠି.


Rate this content
Log in