ଫନିର ଫେଣା
ଫନିର ଫେଣା
ଗ୍ରୀଷ୍ମ ରୌଦ୍ର ତାତି ଥିଲା
ପତ୍ରଝଡା ଗଛ ହୋଇଗଲା ।
ଅଂଶୁଘାତ ହୋଇ
ମରିଲେ ଅଜସ୍ର
ଉତ୍ତାପେ ଜଗତ ଭୋଳ ହେଲା ।।
ସବୁଠାରେ ଥିଲା କୋଳା ହଳ,
ପଣା, ଥଣ୍ଡା ଜଳେ ହେଲେ ଭୋଳ ।
ମାଟି କଳସୀରେ
ଶୀତଳ ପାନୀୟ
ପିଇବାକୁ ଲୋକେ କୋଳା ହଳ ।।
ପଣା ସଂକ୍ରାନ୍ତି ଚାଲିଗଲା
ତାତି ଧୀରେ ଧୀରେ ବଢ଼ୁଥିଲା ।
ଦେହ ହାତ ସବୁ
ଘିମିରି ଖସୁଆ
ହନ୍ତ ସନ୍ତ ହ୍ୱନ୍ତି ଜୀଵ ଦଳ ।।
ଅଘଟଣ ଆଜି ଶୁଣା ଗଲା
ବାତ୍ୟା ଏକ ପରା ଆସୁଥିଲା ।
ଦୂରଦର୍ଶନରେ
ଖବରକାଗଜେ
ଫୋନି ଫନି ଖାଲି ହଲ୍ଲା ଗୋଲା ।।
ଲୋକମାନେ ହେଲେ ଭୟଭୀତ
ପ୍ରଶାସନ ହେଲା ହନ୍ତ ସନ୍ତ ।
ସୁରକ୍ଷା ବ୍ୟବସ୍ଥା
ହେଲା କଢା କଢି
ଫୋନି ମୁକାବିଲା ମଜବୁତ ।।
ଲୋକେ ସୁରକ୍ଷିତ ହୋଇଗଲେ
ବନ୍ୟା ଅଞ୍ଚଳକୁ ଛାଡି ଦେଲେ ।
ସୁରକ୍ଷା କବଚ
ହେଲା ସରକାର
ଶ୍ରୀକ୍ଷେତ୍ର ଧାମରେ ବ୍ୟାପିଗଲେ ।।
ଫଣା ଟେକି ଆସେ ଫୋନି ଭାରି,
ଫଁଅ ଫଁଅ ହୁଏ ଅତ୍ୟାଚାରୀ ।
ପ୍ରବଳ ପବନ
ଭାଙ୍ଗେ ଗଛ ପତ୍ର
ହିଂସ୍ର ଉଗ୍ର ଦୁଷ୍ଟ ବ୍ୟାଭିଚାରୀ ।।
ଦୁଇ ଶହ ବେଗ ପବନରେ,
ଗ୍ରାସୁଥିଲା ଫୋନି ଓଡ଼ିଶାରେ ।
ଅତ୍ୟନ୍ତ ନୃଶଂସ
ଭାଙ୍ଗି ଉଜାଡ଼ିଲା
ଗରୀବର ବାସ ଘରେ ଘରେ ।।
ଦୁଇ ତିନି ଦିନ ଗ୍ରାସ କଲା
ବରଷା ପବନ ବୋହୁଥିଲା ।
ଗଛ ଉପୁଡ଼ିଲା
ବାସ ଭାଙ୍ଗି ଗଲା
ବିଦ୍ୟୁତ ଖୁଣ୍ଟି ବି ଭାଙ୍ଗିଦେଲା ।
ଫୋନି ରାଣୀ ତୁମେ ହେଲ କାଣି
ଧ୍ୱଂସ କରୁଅଛ ଜାଣି ଶୁଣି ।
ଆସ ନାହିଁ କଦା
ଓଡିଶା ଭୂମିକୁ
ବିଦାୟ ନିୟ ହେ ଫୋନି ରାଣୀ ।।
ତୁମ ବେଶ ଦେଖି ଲୋକେ କାବା
ମନ୍ତ୍ରୀ ପରିଷଦ କଲେ ସଭା ।
ତୁମ ମୁକାବିଲା
ବିପର୍ଯ୍ୟସ୍ତ କଲା
ଭୟରେ ଅସ୍ଥିର ବାତ୍ୟା ଶୋଭା ।।
