Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ପହିଲି ରଜରେ ଗାଉଁଲି ଗୀତ

ପହିଲି ରଜରେ ଗାଉଁଲି ଗୀତ

1 min
187


 ରଜ ମଉଜକୁ ,  ଭାଙ୍ଗି ନେଇଗଲା ,  ଫଣିର ଫଣା ,,

 ବରଷକେ ଥରେ

 ଆସିଛି ରଜ   ଘୋର ବନସ୍ତରୁ ଡାକୁନି ତ ଗଜ

 ଦୋଳି ବାନ୍ଧିବାକୁ ଗଛ ବି ନାହିଁ

 କାହିଁ ହେବ ଦୋଳି ଟଣା ।।


 ରଜ ଦୋଳି ଡାକେ ,  କେଁ କଟକଟ ,  ହୋଇଛି ସଜ ,,

 ଭାଇ ମୁଣ୍ଡରେ ମୋ

 ସୁନା ମୁକୁଟ  ଅନୁଢା କୁଆଁରୀ କନିଆଁ ର ଗୀତ

 ଶୁଭୁନାହିଁ ଆଉ ଗାଁ ଗହଳିରେ

 ଫିକା ଫିକା ଲାଗେ ରଜ ।।


 ଦେବୀ ମନ୍ଦିରରେ ,  ମାଜଣା ନହୁଏ ,  ଶୁଭେନି ଶଂଖ

 ଝାଉଁ ପୋଡପିଠା

 ଆରିସା,କାକରା   ସଜ ଶିଳ ବଟା ଛଣା ବିରି ବରା

 ପଣସ,ଆମ୍ଵ ର ଭୋଗ ଲାଗୁନାହିଁ

 ସପନ ବିତିବା ଯୁଗ ।।   

  

 ଖେଳିବା,ପଢ଼ିବା , ନାହିଁ ନାହିଁ ସବୁ , ବଦଳି ଯାଏ ,,

 ଗେଲ ଗରବରେ

 ଦିନ ବିତୁନାହିଁ  ସୁଖ ସଉଭାଗ୍ୟ ଯାଇଅଛି ଧୋଇ

 ରଜ ସଜବାଜ ଅସଜ ଲାଗଇ

 ବିଷ ମଳୟ ପବନେ ।।


 ତଥାପି ୟେ ମୋର , ଜାତୀୟ ପରବ , ମହା ମିଳନ ,,

 ପାଳି, ମୁଁ ମନାସେ

 ସବୁରି ଜୀବନେ  ସୁଖ , ଶାନ୍ତି ମନ୍ଦ ମଳୟ ପବନେ

 ସୁରଭିତ କର ମା,ଉଗ୍ରତାରା

 କବି ନଇବେଦ୍ୟ ଘେନ ।।  



Rate this content
Log in