STORYMIRROR

Sudhanjali Mishra

Others

3  

Sudhanjali Mishra

Others

ଫଗୁଣର ରଙ୍ଗ

ଫଗୁଣର ରଙ୍ଗ

1 min
305


ଅନେକ ରଙ୍ଗର ପରିପୂର୍ଣ ଡ଼।ଲା

ଫଗୁଣ ନେଇ ଆସିଛି

ପ୍ରକୃତିରାଣୀ ବି ହସି ହସି ସତେ

ନାନାରଙ୍ଗେ ଫୁଲେ ସାଜିଛି ।।

ସବୁରଙ୍ଗ ଆଜି ଫିକା ଫିକା ଲାଗେ

ପ୍ରୀତିରଙ୍ଗ ବିନା କାହିଁ

ସେ ରଙ୍ଗରେ ରାଧାରାଣୀ ମାତିଛନ୍ତି

କାହ୍ନୁ ପାଶେ ଛନ୍ତି ଚାହିଁ ।।

କାହ୍ନୁ ରାଈ ସଙ୍ଗେ ମାତି ପ୍ରୀତି ରଙ୍ଗେ

ଜଗତବାସୀ ବି ବାଇ

ସେ ରଙ୍ଗରେ ମଜ୍ଜି ଅବିରକୁ ନେଇ

ଖେଳେ ହୋଲି ଫଗୁ ଉଡେଇ ।।

ଫଗୁଣ ମାସର ଫଗୁ ରଙ୍ଗ ଭରା

ଦୋଳଯାତ ମନୋହର

ଜଗତ ବାସୀ ଯେ ଆନନ୍ଦ ହୁଅନ୍ତି

ସଙ୍ଗେ ରାଈ ଦାମୋଦର ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍