STORYMIRROR

Dharitri Das

Others

3  

Dharitri Das

Others

ଫଗୁଣ ପୂର୍ଣ୍ଣିମା

ଫଗୁଣ ପୂର୍ଣ୍ଣିମା

1 min
180

ଆସିଛି ଫଗୁଣ ପୂର୍ଣ୍ଣିମା

     ସାତ ରଙ୍ଗ ଧରି ହାତେ

ବିଭାନେ ବୁଲିବେ ଗୋବିନ୍ଦ

     ରାଧା ରାଣୀ ନେଇ ସାଥେ।


ଆହା କି ଆନନ୍ଦ ମୁଖର

     ହୋଇ ଅଛି ଆଜି ମହୀ

ଅଭିର ବୋଳାରେ ମାତିଛି

     ଜାତି ଭେଦ କିଛି ନାହିଁ।


ସବୁଜ ରଙ୍ଗରେ ଭରିଛ

     ନାନା ରଙ୍ଗ ଫୁଲ ତହିଁ

ଖଞ୍ଜାଇ ଦେଇଛ ପ୍ରଭୁ ହେ

     ଦୀନ ଜନ ବନ୍ଧୁ ହୋଇ।


ମଳୟ ପବନ ବହୁଛି

      ମନ୍ଦ ମନ୍ଦ ଗତି ତାର

ଚନ୍ଦନ ବନରୁ ମହକ

      ଛୁଟି ଆସେ ବାରବାର।


ପଞ୍ଚମ ତାନରେ ରାବୁଛି

      କୁହୁ କୁହୁ ତାନେ ପିକ

ଖତେଇ ହୁଅନ୍ତି ତାହାକୁ

       କୁନି କୁନି ପିଲା ଦେଖ।


ପଳାଶ ଗଛରେ ଫୁଟିଛି

      ନାଲି ଗୁଲୁଗୁଲୁ ଫୁଲ

କଳସ ଭାରରେ ସାଜଇ

      କିଏ ହେବ ସମତୁଲ।


ଫୁଲର ମହକେ ଧରଣୀ

      ହସୁଅଛି ଖିଲିଖିଲି

ଫଗୁଣ ଆସିଛି ଦେଖରେ

      ଫୁଟି ଅଛି କେତେ ମଲ୍ଲୀ।


ଫଗୁଣ ପୂର୍ଣ୍ଣିମା ଦିନରେ

      ମଲ୍ଲୀ ମାଳ ଦେଲେ ହରି

ଆଶିଷ ପ୍ରଦାନ କରିବେ

       ସତେ ଅବା ମନ ଭରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍