STORYMIRROR

Minakshi Samal

Others

3  

Minakshi Samal

Others

ଫଗୁଣ ମାସ

ଫଗୁଣ ମାସ

1 min
797



.....ଆମ୍ବ ବଉଳଇ ଫଗୁଣ ମାସେ

ଦିଗ ଚହଟଇ ତା'ର ସୁବାସେ।......


ପିଲାଦିନେ ପଢିଥିବା ଏହି କବିତାଟି ମନେପଡିଲା।ଦୁଇଧାଡି ଲେଖିବାକୁ ପ୍ରେରିତ କଲା।


କଂକ୍ରିଟ ଜଙ୍ଗଲ ଭିତରେ ରହିଛି

ଦେଖିପାରୁନାହିଁ ଆମ୍ବ ବଉଳ

ସୁବାସ ତାହାର ନାକରେ ବାଜୁନି

ହୋଇତ ଗଲାଣି ଅନେକ କାଳ।୧


ଫଗୁଣ ଆସିଲେ ଆମ୍ର ଡାଳେ ବସି

ପିକ ଗାଇଥାଏ ମଧୁର ଗୀତ

ତା ଡାକ ଶୁଣିକି ପିଲାଦିନେ ମୁଁ

ନକଲ କରୁଥିଲି ଅନବରତ।୨


ରାଗିଯାଇ କୋଇଲି ତା'ର ସ୍ବରକୁ

କରୁଥିଲା ତୀବ୍ର ମୁଁ ବୁଝୁଥିଲି

ତାକୁ ଚିଡେଇକି ଆଉରି ଜୋର୍ ରେ

କୁ...କୁ...କୁ... ମୁଁ କରୁଥିଲି।୩


ସପନ ହୋଇଛି ସେଦିନର କଥା

ସ୍ମୃତି ପଟଳରେ ରହିଛି ଛବି

ଫଗୁଣ ଆସିଲେ ପ୍ରଛଦପଟରେ

ଭାସିଯାଏ ସେସବୁ ପ୍ରତିଛବି।୪


ହଳଦୀବସନ୍ତ ଆଖିରେ କଜ୍ଜ୍ବଳ

ଲଗାଇ ବୁଲଇ ଡାଳକୁ ଡାଳ।

ବସନ୍ତର ଆଗମନୀ ର ବାରତା

ପ୍ରଚାର କରେ ସେ ହୋଇ ସଅଳ।୫


କାହିଁ କେତେ କାଳ ବିତିଯେ ଗଲାଣି

ହଳଦୀବସନ୍ତ ରୂପ ଦେଖିନି

ମହାଦୃମ ସବୁ ବଳିପଡିଛନ୍ତି

କେମିତି ସେ ନୀଡ ରଚିବ ପୁଣି?୬


ଆମ୍ରକୁଞ୍ଜ ଆଜି ଦେଖିବା ସପନ

ମୁକୁଳ ଶୋଭିତ ତାହାରି କାନ୍ତି

'ବଉଳ' ଖାଇକି 'ବଉଳ' ବସିବା

ଇତିହାସ ପାଲଟି ଯେ ଯାଇଛି।୭


ପଳାଶ ପୁଷ୍ପର ଲାଲୀମାରେ ଶୋଭା

ପାଏ ଧରଣୀର ସୁଢଳ ତନୁ

ଫଗୁଣର ସ୍ପର୍ଶେ ସେ ରକ୍ତିମ ଆଭା

ଧରା ଭୁଲିଲାଣି ନିଜର ମନୁ।୮


ମନ୍ଦ ମନ୍ଦ ଚଇତାଳୀର ପରଶ

ରିକ୍ତ ହୋଇଅଛି ସତେ ଯେମିତି

ଶୀତ ପରେପରେ ବସନ୍ତ ନଆସି

ଦାରୁଣ ନିଦାଘ ପଠାଇଅଛି।୯


ପ୍ରକୃତିର ଭାରସାମ୍ୟ ବିଗିଡିଛି

ଅଟ୍ଟାଳିକାମୟ ହୋଇଛି ମହୀ

ରୋଷମୟ ହୋଇ ଧରଣୀ ମାତା ଯେ

ଅଗ୍ନିବର୍ଷା ପାଇଁ ଅଣ୍ଟା ଭିଡଇ।୧୦


ବୈଦୁତିକ ଯନ୍ତ୍ରପାତି ବ୍ୟବହାର

ଓ ଯାନବାହନ ଚଳାଚଳରେ

ପ୍ରକୃତି ରାଣୀର ଶ୍ବାସ ରୁଦ୍ଧ ହୁଏ

ଚୁମ୍ବକୀୟ ଶକ୍ତି ବିକୀରଣରେ।୧୧


ବେଳ ଥାଉଁ ଥାଉଁ ସାବଧାନ ହେଲେ

ହ୍ରାସ ହୋଇପାରେ କ୍ଲେଶ ସବୁରି

ଉପାୟ ଖୋଜିବା ଉପଶମ ପାଇଁ

ଖୋଜିକରି ନବୀନ କାରିଗରୀ।୧୨


ମିନାକ୍ଷୀ ସାମଲ



Rate this content
Log in