STORYMIRROR

Jayashree Maharana

Others

3  

Jayashree Maharana

Others

ଫଗୁଣ ଆଣିଛି ହୋଲିର ପରବ

ଫଗୁଣ ଆଣିଛି ହୋଲିର ପରବ

1 min
235

ଫଗୁଣ ଆଣିଛି ହୋଲିର ପରବ

ବସନ୍ତ ହସୁଛି ପ୍ରକୃତି ବନେ

ରଙ୍ଗର ଅବିର  ଖେଳିବା ଖୁସିରେ

ହିଂସା ଦ୍ଵେଷ ରାଗ ନରଖି ମନେ ।


କୋକିଳ ମୋହୁଛି ମଧୁର ତାନରେ

ବକୁଳ ମହକ ଭରୁଛି ଖୁସି

ମଳୟ ପବନ ଛୁଇଁଦେଇ କୁହେ

ପରକୁ ଆପଣା କରିବା ହସି ।


ଫୁଲରୁ ଫୁଲକୁ ଉଡି ଉଡି ବୁଲି

ମଧୁ ଶୋଷିନେଇ ମଧୁମକ୍ଷିକା

ଶିକ୍ଷା ଦେଉଅଛି ଆଳସ୍ୟକୁ ତେଜି

ଆଦରିବା ଜୀବନରେ ଜୀବିକା ।


କୁସୁମ କାନନେ ପ୍ରଜାପତି ଉଡେ

ଚଞ୍ଚଳତା ପଣ ଦେଉଛି ଶିକ୍ଷା

ଗୁଣୁଗୁଣୁ ହୋଇ  ଭ୍ରମର କହୁଛି

ପ୍ରକୃତିକୁ ସର୍ବେ କରିବା ରକ୍ଷା ।


ସ୍ମୃତି ପଟଳରେ ଆଙ୍କି ହେଉଅଛି

ରାଧା କୃଷ୍ଣଙ୍କର ରାହାସଲୀଳା

ପବିତ୍ର ପ୍ରେମର  ମହତ୍ତ୍ୱ ବିତରି

ଭରିଦେଇଛନ୍ତି ରଙ୍ଗର ମେଳା ।


ପ୍ରୀତିପୁଣ୍ୟ ଗୀତ ହୃଦୟୁ କ୍ଷରିତ

କରିଦେଇଛନ୍ତି ଯୁଗଳମୂର୍ତ୍ତୀ

ରଙ୍ଗେ ରଙ୍ଗାୟିତ ହୋଇ ତନୁମନ

ବାଣ୍ଟିଦେବା ଆମେ ସେନେହପ୍ରୀତି ।



Rate this content
Log in