STORYMIRROR

Raja Sekhar CH V

Others

4  

Raja Sekhar CH V

Others

ଫଗୁଖେଳ

ଫଗୁଖେଳ

1 min
435

ଆଗମନ ହେଲା ବସନ୍ତ ବେଳ,

ଫଗୁଣରେ ହେଲା ଫଗୁଖେଳ,

ହୋଲି ହେଲା ଯେ ରଙ୍ଗଖେଳ,

ସାରା ପରିବେଶ ଲାଗେ ଛବିଳ |୧| 


ବୃନ୍ଦାବନବାସୀ କରନ୍ତି ସମାହାର,

କହ୍ନେଇ କରନ୍ତି ପ୍ରେମର ପ୍ରସାର,

ରାଧିକା କରନ୍ତି ରଙ୍ଗୀନ ଶୃଙ୍ଗାର,

ଶୁଭେ ଯେ ହର୍ଷୋଚ୍ଛ୍ୱାସର ଝଙ୍କାର |୨| 


ତନୁରେ ଲାଗିଛି ରଙ୍ଗ ହିଁ ରଙ୍ଗ,

ମନରେ ଭରିଛି ପ୍ରଣୟର ରଙ୍ଗ,

ସବୁ ଦିଗରେ ଦିଶୁଛନ୍ତି ସପ୍ତରଙ୍ଗ,

ଭୂଇଁରେ ନାଚିଲେ ଇନ୍ଦ୍ରଧନୁ ରଙ୍ଗ |୩|


ସର୍ବଜନଙ୍କ ହାତରେ ଅଛି ଲାଲ ଗୁଲାଲ ଅବିର,

ଛୋଟପିଲା ତରୁଣ ବୃଦ୍ଧଙ୍କ ମଧ୍ୟରେ ନାହିଁ ଗାର, 

ଯୁଗଳ ପ୍ରେମିକ ପ୍ରେମିକା ଦର୍ଶାନ୍ତି ପ୍ରେମର ତୀର,

ଫଗୁଖେଳ ଭାରତୀୟଙ୍କର ଉଚ୍ଚ ଉତ୍ତରାଧ‌ିକାର |୪|  


Rate this content
Log in