STORYMIRROR

Kumudabandhu Naik

Others

3  

Kumudabandhu Naik

Others

ଫେରିଛି ବସନ୍ତ

ଫେରିଛି ବସନ୍ତ

2 mins
287



ପ୍ରକୃତି ରାଣୀର ବାହାଘର ହେବ,

ଏହି ଖବରଟା ପାଇ।

ବରଷକ ପରେ ଫେରିଛି ବସନ୍ତ

ସେହି ବନ୍ଦୋବସ୍ତ ପାଇଁ।

ଵଧୂ ବେଶେ ତାକୁ ସଜେଇ ଦେଇଛି

କି ସୁନ୍ଦର ମନଲୋଭା ।

ନାନା ଜାତି ପୁଷ୍ପ ଗୁନ୍ଥି ଦେଇ ପୁଣି

ବାନ୍ଧି ଦେଇଛି ତା ଗଭା।

ଶ୍ଯାମଳ ବରନ ଶାଢ଼ୀ ପିନ୍ଧେଇଛି

ଯହିଁ ନାନା ରଙ୍ଗ ଛିଟ

ଓଢଣୀ ପାଇଁକା ଦେଇଛି ପ୍ରଭାତୁ

ତାକୁ ନାଳୀ ରଙ୍ଗ ପାଟ।

ନାନା ଜାତି ପୁଷ୍ପ ତୋଡା ତୋଡା କରି

ଦେଇଛି ମଣ୍ଡପେ ଖଞ୍ଜି।

ଚମ୍ପା କନୀଅର ମଲ୍ଲୀ ମାଳତୀର

ସମ୍ଭାର ଭିନ୍ନେ ରଖିଛି।

କମଳଟା ଏବେ ଦେଖା ଦଉନାହିଁ

ଅଭିମାନେ କି ଲୁଚିଛି?

ରକ୍ତ ଜବା କିନ୍ତୁ ଖିଲି ଖିଲି ହସି

ହରସେ ଦୋଳି ଖେଳୁଛି।

ଆମ୍ର ଦ୍ରୁମେ ଫୁଲ ରଖିଛି ବହୁଳ

ଶାଖା ଯାଉଅଛି ନଇଁ।

ଦେଖି ତାର ଭାର ମଧୂପ ଭ୍ରମର

ଅଧିକ ଆସିବେ କହି।

ଆସିଲେ ସେମାନେ ମଧୁର ଗୁଞ୍ଜନେ

ବାଦ୍ଯ ବଜେଇବେ ତହିଁ।

କୋକିଳକୁ ପୁଣି କରିଛି ବରାଦ

ମଙ୍ଗଳ ମହୁରୀ ପାଇଁ।

କ୍ଷୁଦ୍ର ଖଗ ବୄନ୍ଦେ କହିଛି ବୁଝେଇ

ହୁଳହୁଳି ଦେବେ ତହିଁ।

ସୁପ୍ରଭାତୁ ଉଠି ଆସିବେ ସମସ୍ତେ,

ମଣ୍ଡପ ଲାଗିଛି ଯହିଁ।

ନବାଧୁ ତାହାକୁ ତପନର ତାପ

ଭାବି ଏପରି ମନରେ।

ମଳୟକୁ ସାଥେ ଘେନି ଆସି ଆଜି

ତହିଁ ସେ ନିଯୁକ୍ତ କରେ।

ରାସ୍ତା ଘାଟ ପୁଣି ବିବାହ ମଣ୍ଡପ

ସଜାଡି ଦେଇଛି ସିଏ।

ଯେଉଁ ପଥ ଦେଇ ଆସିବ ବରଟା

ତହିଁ ବେସି ଧ୍ୟାନ ଦିଏ।

ପ୍ରକୃତିର ବର ଯେ ପଥେ ଆସିବ

ମସ୍ତକେ ମୁକୁଟ ନାଇଁ।

ପଥ ଦୁଇ ପାର୍ଶ୍ଵେ କିଂଶୂକ ପାଦପ

ରଖି ଅଛି ସେ ସଜେଇ।

ନାଳି ରଙ୍ଗ ପୁଷ୍ପେ ପୂର୍ଣ୍ଣ ସେ ପାଦପ

ଶାଖା ପତ୍ର ଶୁନ୍ୟ ହୋଇ।

ନାଳି ନାଳି ରଙ୍ଗ ଲିଚୁ ବତୀ ସତେ

ଲଗେଇ ଅଛି କି ତହିଁ।

ଶାଲ୍ମଳୀ ଦ୍ରୁମ କୁ କରିଅଛି ସଜ

ରକ୍ତାମ୍ବର ଟେ ପିନ୍ଧେଇ।

ସ୍ବାଗତ ତୋରଣ ସମ୍ମୁଖେ ରଖିଛି

ବର ପାଛୋଟିବା ପାଇଁ।

ନିମନ୍ତ୍ରଣ କରିଅଛି ସିଏ ପୁଣି,

ତୄଣ ଭୋଜି ସବୁ ଭାଇ।

ତାହାଙ୍କ ଭୋଜନ ଆୟୋଜନ କରେ

ମହୁଲ ଗଛକୁ କହି।

ପ୍ରକୃତିର ବାହା ଲଗ୍ନ ବହାରିଛି

ହୋଲିକା ଦହନ ପରେ।

ଫାଲ୍ଗୁନ ପୂର୍ଣ୍ଣିମା ତିଥିଟାହିଁ ଭଲ

ମନେସେ ବିଚାର କରେ।

ସେହିଦିନ ନିଶ୍ଚେ ପହଞ୍ଚିବ ବର

ଥାଟ ପଟୁଆର ଧରି।

ଆଗ ରହୁଥିଲା ବୄନ୍ଦାବନେ,ଏବେ

ରହେ ସେ ଦ୍ବାରିକା ପୁରୀ।

ଶୀଘ୍ର ସଜ ହେବ ମୋ ଭାଇ ଭଉଣୀ

ବରାତି ହୋଇକି ଯିବା।

ଭଉଣୀୟେ ଦେବେ ହୁଳହୁଳି,ଆମେ

ହରିବୋଲ ପକେଇବା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ