ପେସା ଓ ନିଶା
ପେସା ଓ ନିଶା
1 min
406
ପେସା ଆଉ ନିଶା ଅଟଇ ମୋ ଭିନ୍ନ
କାହାକୁ ପାରୁନି ଛାଡି
ପେଟ ପାଇଁ ମୁଁ ପେଶା ଆପଣାଏ
ନିଶା ଆତ୍ମତୃପ୍ତି ଦିଏ ଯୋଡି ।।
ବୃତ୍ତିରେ ସଫଳ ଉଦ୍ୟୋଗପତି ମୁଁ
ନିଶା ଫୁଟବଲ ଖେଳ
ଜୀବନ ଯାତ୍ରାରେ ପ୍ରତି ମୁହୂର୍ତ୍ତରେ
ହୁଏନି ମୁଁ ଦୁର୍ବଳ ।।
ସମୟ ମୋ ବିତେ କେବେ ଖେଳରେ ତ
କେବେ ବନ୍ଦ କୋଠରୀର
ଉପଭୋଗ କରେ ଉଭୟ ଜିନିଷ
ଭୁଲି ସମୟର ଡୋର ।।
ମୁକ୍ତ ଆକାଶର ଅଟେ ମୁଁ ବିହଙ୍ଗ
ଅସୁମାରୀ ଇଚ୍ଛା ମୋର
ମୋ ସଫଳତାର ଏକ ମାତ୍ର ଶ୍ରେୟ
ଅଟଇ ମୋ ପରିବାର ।।
