Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Others

4  

Pt.Abhaya Kumar Tripathy Sharma

Others

ପଦୁଅଁ

ପଦୁଅଁ

1 min
854



କୋଟିପ୍ରାଣେ ପୁଲକ ଦେଉ ପଦୁଅଁ l

ଆନନ୍ଦ ଖେଳେ ମନେ ଦେଖି ତୋ ମୁହଁ ll

ଅତି କୋମଳ ହେତୁ କମଳ ନାମ l

ପଙ୍କଜ ନାମ ଯେଣୁ ପଙ୍କୁ ଜନମ ll


କମଳିନୀ ପ୍ରିୟ ତୋ ନାମ କମଳ l

ସ୍ଥିର ଜଳ ମଧ୍ୟରେ ଜନମ ତୋର ll

ସର୍ବଦେବତା ପ୍ରିୟା ଜୀବନ ଧନ୍ୟ l

ଦିନକର ଅଟନ୍ତି ତୋହର ପ୍ରାଣ ll


ଦିବାକରଙ୍କ କର ପରଶି ଗଲେ l

ଉକୁଟି ଉଠେ ହସ ତୋ ମୁଖେ ଭଲେ ll

ଅସ୍ତମିତରେ ମୌନେ ମୁଖ ଶୁଖଇ l

ଅପଲକେ ରହୁ ତୁ ପ୍ରଭାତ ପାଇଁ ll


ଉଦୟ କାଳେ ମୁଖେ ଶିଶିର ବିନ୍ଦୁ l

ସତେକି ଜିଣୁଥାଏ କୋଟିଏ ଇନ୍ଦୁ ll

ସୂର୍ଯ୍ୟ କିରଣେ ଦିଶେ ମୋତି ପ୍ରାୟେକ l

ପୁଷ୍ପଙ୍କ ମଧ୍ୟେ ରାଣୀ ତୁହିଯେ ଏକ ll


ଭ୍ରମରେ ପଡ଼ି ଭ୍ରମରେ ଭ୍ରମନ୍ତି ପାଶେ l

ସୁସ୍ୱାଦୁ ମଧୁ ତୋର ପାନର ଆସେ ll

କୋଳାହଳ କରନ୍ତି ଯେହ୍ନେ ମୁରଲୀ l

ବାଉ ଅଛନ୍ତି ସତେ ଶ୍ରୀ ବନମାଳି ll


ତୋ ବିନା ପୂଜା ପୂର୍ଣ୍ଣ ହୁଅଇ ନାହିଁ l

ଜାତୀୟ ପୁଷ୍ପ ହେଲୁ ତୁ ସେଥିପାଇଁ ll

ଜାତି ଧରମ ବର୍ଣ୍ଣ ନିର୍ବିଶେଷରେ l

ଗ୍ରହଣ କରିଥାନ୍ତି ଅତି ଆଦରେ ll


ଏମନ୍ତ ଦେବତା କେ ଅବା ଅଛନ୍ତି l

ପଦୁଅଁ ବିନା ପୂଜା ସେ ପାଉଛନ୍ତି ll

ସର୍ବ ମଣ୍ଡଳେ ସାର ପଦ୍ମ ମଣ୍ଡଳ l

ସେଠାରେ ବିରାଜନ୍ତି ଦେବତା ସାର l


ହୁଅନ୍ତୁ ଲକ୍ଷ୍ମୀ ଅବା ସେ ନାରାୟଣ l

ଆଉ ଦେବତା ଛନ୍ତି ଯେତେକ ଜଣ ll

ସଭିଏଁ ପଦ୍ମ ପ୍ରିୟ ଘେନନ୍ତି କରେ l

ବାସ କରନ୍ତି ନିତ୍ୟ ପଦ୍ମ ପୁଷ୍ପରେ ll


କି ଗୁଣ ବଖାଣିବି ରେ ପଦ୍ମ ତୋର l

ପୁଷ୍ପଙ୍କ ମଧ୍ୟେ ଅଟୁ ତୁହିଟି ସାର ll

ତେଣୁ ତୋର ସୁରକ୍ଷା ନାଗଙ୍କ ଦ୍ୱାରା l

ନାରାୟଣ କରିଲେ ସତ୍ୟରେ ପରା ll


ତୋ ଗୁଣ ଗାଇଛନ୍ତି ଲେଖକ କବି l

ଲେଖନୀ ଚଳାଇଲେ ତୋ କଥା ଭାବି l

ଉପମା ଅଳଙ୍କାର କରିଲେ ଖଞ୍ଜା l

ଜଗତେ ଉଡ଼ାଇଲେ ପଦୁଅଁ ଧ୍ୱଜା ll



Rate this content
Log in