ପଦବୀ ଭିକ୍ଷା
ପଦବୀ ଭିକ୍ଷା
ପ୍ରଭୁ ତୁମ ବଡ଼ଦାଣ୍ଡେ, ଦେବ କି ଚାକିରୀ
ନିତିକରି ତୁମ ସେବା, କରିବି ଗୁହାରୀ ।
ତୁଳସୀ ମୁଁ ହେବି ପ୍ରଭୁ,ଶିରେ ହେବି ଶିରୀ,ମ
ଦୀପଟିଏ କର ପ୍ରଭୁ,ଯିବିନି ମୁଁ ସରି ।
ତୁମ ବଡ ହୃଦ ପରି,ନାହିଁ ଯେ କାହାରି,
ପ୍ରଭୁ ତୁମ ବଡ଼ଦାଣ୍ଡେ ଦେବ କି ଚାକିରୀ ।
ଭାବଗ୍ରାହୀ ତୁମେ ପରା,ନିଅ ଦୁଃଖ ହରି,
ଦୁଃଖ ମୋର ବୁଝୁନାହଁ,ଦେଲେ ଯେତେ ସ୍ମରି ।
ପ୍ରଭୁ ତୁମ ପାଦଧୂଳି କରିବ କି ସରି
ପୁଷ୍ପହାର ହୋଇ ମୁଁ ଯେ,ଗଳେ ହେବି ଶିରୀ ।
କରିବ କି ମୋତେ ପ୍ରଭୁ ବଡ଼ପଣ୍ଡା ପରି,
ନିତିକରି ତୁମ ସେବା, କରିବି ଗୁହାରୀ ।
ଶେଷ ଯାଏଁ ଥିବି ପ୍ରଭୁ, ପାଶେ ଯେ ତୁମରି,
ମଲାବେଳେ ମୋତେ ପ୍ରଭୁ,ନେବ ଯେ ଆଦରି ।
