STORYMIRROR

Sunanda Mohanty

Others

3  

Sunanda Mohanty

Others

ପାଟୁଆ ନାଟ

ପାଟୁଆ ନାଟ

1 min
238


ନାଟ ଭିତରେ ଚାଲିଛି କେତେ ଯେ ନାଟ 

ଜୀବନ ନାଟକେ ପରା ସଉଦା ହାଟ 

ତା ଭିତରେ ଘଣ୍ଟ ବଜାଇ ପାଟୁଆ ନାଟ 

କେବେ ଭଦ୍ରକାଳୀ କେବେ ମଙ୍ଗଳା 

ଘଣ୍ଟୁଆ ମୁଣ୍ଡରେ ଥୋଇ ରଙ୍ଗର ମୁଚୁଳା 

ତାଙ୍କ ପୂଜା ପାଇଁ ପାଟୁଆ ଖୋଲେ ଗୁମୁଟ 

ନିଆଁ ରେ ଚାଲି ଦଣ୍ଡର ପଟାଳି ଥାଟ 

ଝୁଣାରେ ଫୁଲି ଜଳାଇ ଶୁଖିଲା କାଠ 

ପାଟୁଆ ନାଟୁଆ ପିନ୍ଧି ମଠା ଓ ପାଟ 

ସଜାଡି ଥୁଅନ୍ତି କଳସ ପୂର୍ଣ୍ଣକୁମ୍ଭ ଘଟ 

ନାଟ ଦେଖିବାକୁ ଥାଟ ବାନ୍ଧେ ଜମାଟ 

ମାରନ୍ତିତାଳି ବଜାନ୍ତିଶଙ୍ଖ ଦିଅନ୍ତି ହୁଳହୁଳି 

ବଜାଇ କାହାଳୀ ମର୍ଦଳ ପିଟନ୍ତି ଘଣ୍ଟ 

ଯାଚଜ୍ଞା ଥାଏ ଦେଖାଇବାକୁ ଅଫିଟା ବାଟ 

ପାଣି ତୋଳନ୍ତି ଶୁଦ୍ଧ ପୁତେ ହୋଇ ପବିତ୍ର 

ଦିଅଁଙ୍କ ଆଜ୍ଞାରେ କିଳି କବାଟ ନକରି ମଠ 

ହବିଷ କରି ପିନ୍ଧନ୍ତି ଖଣ୍ଡୁଆ ନାଲିଆ ବସ୍ତ୍ର ପାଟ 

ଦେଖି ଦେଖି ପରମ୍ପରାର ଦେବାଦେବୀଙ୍କ ନାଟ 

ବିବେକ ମାରେ ମନକୁ ଛାଟ ରୁହ ସଚୋଟ 

ବାର୍ତ୍ତା ଥାଏ ଭକ୍ତିରେ ରହି ହୁଅ ମଣିଷ ଚାଟ 

ଭଲ ମଣିଷର ସଂଜ୍ଞା ବୁଝିବା ଯଦିଓ କଷ୍ଟ 

ତଥାପି ଘଣ୍ଟୁଆ କରୁଛି ସୁନ୍ଦର ପାଟୁଆ ନାଟ 

କେବେ ସେ ନିଆଁରେ କେବେ କଣ୍ଟାରେ ଚାଲି ବାଟ 

ସଭିଏଁ ବଂଚିବା ସୁସ୍ଥରହିବା ପାଟୁଆକରେ ଆକଟ 

ଏଇ ଶୁଭିଲାଣି ପାଟୁଆ ନାଟର ଘଣ୍ଟି ଓ ଘଣ୍ଟ 

ମାରି ମୁଣ୍ଡିଆ କରିବା ଭାଇଚାରା ଭେଟଘାଟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍