STORYMIRROR

Ashok Kumar Pradhan

Others

3  

Ashok Kumar Pradhan

Others

ପାଟି ସୁଆଦ

ପାଟି ସୁଆଦ

1 min
12K


ଗୃହବନ୍ଦୀ ଭାବେ ଆଜିକାଲି 

ଦିନରାତି କଷ୍ଟରେ କଟୁଛି, 

ସମୟ ବଞ୍ଚୁଛି ବୋଲି

କିଛି ଗୋଟେ କରିବି ଭାବିଛି ll


ନାନମାନ ସ୍ଵାଦିଷ୍ଟ ବ୍ୟଞ୍ଜନ

ପ୍ରସ୍ତୁତ ହେବ, 

ପାଟି ଅରୁଚି ଧରିଲାଣି 

ଜିଭ ଟକଳା ଲାଳ ବୋହିବ ll


ସରୁ ଅରୁଆ ଡାଲମା ଘାଣ୍ଟ 

ଭଜା ତରକାରୀ, 

ତା ସାଥେ କଞ୍ଚା ଆମ୍ବ ଖଟା 

ପ୍ରିୟ ସବୁରି ll


ଜିରା ଜୁଆଣି ଭୃସଙ୍ଗ ହେଙ୍ଗୁ 

ସାଥେ ପଞ୍ଛଫୁଟଣ, 

ସୋରିଷ ଲୁଣ ଲଙ୍କା ଗୁଣ୍ଡ 

ଆଉ ଅଦା ବାଟଣ ll


ଖରାର ତେଜରେ ବାଧିଣା 

ପାଟିକୁ ସୁଆଦ, 

ଖଟା ଟିକେ ନ ଥିଲେ ଉଦରକୁ 

ଯାଏନା ଖାଦ ll


ଗୃହବନ୍ଦୀ ହୋଇ ଯିଏ 

କାଟୁଛ ଜୀବନ, 

ସମସ୍ତେ ଘରଣୀଙ୍କୁ ସାହାଯ୍ୟ କର 

ଏତିକି ନିବେଦନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍