STORYMIRROR

Sukanti Hotta

Others

2.5  

Sukanti Hotta

Others

ପାଠୋଈ ବୋହୂ

ପାଠୋଈ ବୋହୂ

1 min
786


ବୋହୂ ଥିଲି ଦିନେ ଗାଉଥିଲି ତୁଣ୍ଡେ

ଶାଶୁ ମୋର ଜମା ଭଲ ନୁହଁ

ଶାଶୁ ହେଲାପରେ ସବୁ ବୁଝିଗଲି

ମନର କଥାକୁ ମନେ ରଖିଦେଲି

ମିଛେମିଛେ ନିଜ ଗୁଣକୁ ଗାଇଲି

ବୋହୂକୁ କହିଲି ସବୁଠୁଁ ମୁଁ ପରା ଅତି ଭଲ

କେହି ନୁହେଁ ମୋ ସମତୁଲ

ବୋହୂକୁ ନିତି ଗରଗର ହେଲି

କିଛି ଆସୁନାହିଁ ବୋଲି ପାଟିକଲି

ତୋର ବାପଘର ଶିଖେଇନି କିଛି

ଖାଲିଟାରେ ହେଉ ଝଲମଲ

ମୋ ପରି ବୋହୂ ଖଣ୍ଡ ମଣ୍ଡଳେ ନଥିଲା

ଶାଶୁ ମୋତେ କରୁଥିଲେ ଗେଲ

କେହି ନୁହେଁ ମୋ ସମତୁଲ l


ପାଠୋଈ ବୋହୂଟି ହସିହସି କହେ

ତୁମଠାରୁ ଭଲ କେହି ନାହିଁ

ବାପଘରେ ଗେଲ ବସରେ ବଢିଛି

ରନ୍ଧାବଢ଼ା ମୋତେ ଜଣାନାହିଁ

ରୋଷେଇ ଜୀବନେ କେବେ ମୁଁ କରିନି

ଛ ତିଅଣ ନଭଜା ଆସୁନାହିଁ

ସକାଳେ ଡେରିରେ ଉଠୁଥିଲି ବୋଲି

ନିଦ ଜମା ମୋର ଭାଙ୍ଗୁନାହିଁ

ବୋହୂ ଆସିଗଲେ ଭଲ ଶାଶୁ ହେବି

ମୋପାଖରେ ଜମା ସମୟ ନାହିଁ

ଅଫିସରୁ ଆସି ଥକିଯାଏ ମୁଁ

କାମ ମୋତେ ଜମା ଆସୁନାହିଁ

ତୁମେ ସବୁକାମ କରି ଦେଉଥିବ

ତୁମ ପରି ଶାଶୁ ଖଣ୍ଡମଣ୍ଡଳେ ନାହିଁ

ତୁମ ସମତୁଲ କେହିନାହିଁ l


ସୁକାନ୍ତି ହୋତା ତାଳଚେର 7008819476


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍