STORYMIRROR

Gouri Panda

Others

3  

Gouri Panda

Others

ପାର୍ବଣ ଋତୁ ଆଶ୍ବିନ

ପାର୍ବଣ ଋତୁ ଆଶ୍ବିନ

1 min
284


ଦିଶିଲାଣି ଆକାଶ ନିର୍ମଳ 

ଶୁଭିଲାଣି କେତେ କୋଳାହଳ। 

ଆସିଲା ପୂଣ୍ୟ ମାସ ଆଶ୍ବିନ

ହୁଏ ମାଆଙ୍କର ଆଗମନ। 

ଏହି ମାସେ କରନ୍ତି ସ୍ମରଣ 

ପୂର୍ବ ପୁରୁଷ ଙ୍କ ଶ୍ରାଦ୍ଧ ଦିନ। 

ମହାଳୟା ନାମରେ ବିଖ୍ୟାତ 

ଅପର ପକ୍ଷ ହୁଏ ପାଳିତ। 

ହୁଏ ବଜ୍ରମହାକାଳୀ ପୂଜା

ମାନସିକ ପିଠା ହୁଏ ସଜା। 

ସନ୍ତାନ ଆରୋଗ୍ୟ କାମନା ରେ

ମାଆ ରହିଥାଏ ଉପାସରେ। 

ଧୀରେ, ଧୀରେ ଆସେ ଦଶହରା 

ବାଇଦ ବଜା ରେ କମ୍ପେ ଧରା। 

କୁଆଁରୀ ମନର କେତେ ଆଶା 

ପାଳେ କୁଆଁରପୂନେଇ ଓଷା। 

ପାର୍ବଣ ଋତୁ ମଧ୍ୟରେ ସାର 

ଏ ଋତୁ ଯେ ଦୀପ, ଆଲୋକ ର। 

ମହାଲକ୍ଷ୍ମୀ, ଦଶଭୁଜା, କାଳୀ

ସେମାନଙ୍କ ପାଇଁ ଦୀପାବଳୀ। 

ଆଶ୍ବିନ ମାସ, ଋତୁ ଶରତ

ହର୍ଷ ଚିତ୍ତ ରେ ପ୍ରାଣୀ ଜଗତ। 

ଆସୁଥାଅ ଆଶ୍ବିନ ଏମନ୍ତେ

ଖୁସି ମନେ ରୁହନ୍ତୁ ସମସ୍ତେ। 



Rate this content
Log in