Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bela Bhumi

Others

3  

Bela Bhumi

Others

ପାପର ଉପନ୍ଯାସ

ପାପର ଉପନ୍ଯାସ

1 min
364



ଶଇତାନ ବସି ଭାଗବତ ପଢେ

ମାରଣା ଷେଣ୍ଢଙ୍କୁ ପିନ୍ଧେଇ କାଛ ବିଲୁଆ

ପାଳୁଛି ଚନ୍ଦ୍ରାୟଣ ବ୍ରତ 

ଶାଗୁଣା ସାଜିଛି ଶାନ୍ତି କପୋତ ।

ଲୁଙ୍ଗିଆଙ୍କ ଦାନେ ଟୁଙ୍ଗୀ ଚାଲୁଛିରେ

ଗଳିରେ ପଶୁଛି ରାମ ଆଖଡା

କଣ୍ଟା ଅଇଁଠାର ଭାଗ ବାଣ୍ଟ ନେଇ

ବୁଲା କୁକୁରଙ୍କ ଖୋଲା ଝଗଡା । 

ବିଛା ସାଜିକିରି ସାପ ପ୍ରତିନିଧି

ହଲେଇ ଲାଙ୍ଗୁଡ଼ ନାଉଡ ମାରେ

ମୁଷା ଚୁଚୁନ୍ଧୁରା ମହାସଂଘ ଗଢି

ମନ୍ଦିରେ ପ୍ରବେଶ ଜୁଲମ କରେ ।

ରାବଣ ବୁଲିକି ଶ୍ରାବଣ ମାସରେ

ଚଲେଇଛି ଯୌନ ଶୋଷଣ କ୍ରିୟା

ସମ୍ଭୋଗ ଲୀଳାର ରାହାସ ଚାଲିଛି

ଛୁଆ ଖେଳୋଉଛି କୁଆଁରୀ ମାଆ । 

ରାମତ ବୁଲୁଛି ବାଟ ବଣା ହୋଇ

ଚିତା କାଟି ସୀତା ଅନ୍ତର୍ଦ୍ଧାନ

ମନ୍ଦିର ମସ୍ ଜିଦ୍ ସମାଧାନ ବାଟ

ମିଳୁନି ସଠିକ୍ ତଥ୍ଯ ପ୍ରମାଣ ।

ସ୍ବାଭିମାନ ସଙ୍ଗେ ଅଭିମାନ ବସି

ଚଳେଇଛି ଛକି ଶୂନର ଖେଳ

ବାହାପିଆ ନୀତି ଅଲଣା ଆଦର୍ଶ 

ଦଉ ନାହିଁ କିଛି ସେତେଟା ଫଳ ।

ନଈ ନଦେଖୁଣୁ ଲଙ୍ଗଳା ହେଇକି 

ଚାଲିଛି ମୁଣ୍ତରେ ଠେକା ଗୁଡେଇ

ସରଳେ ନାତିକି ବୁଝାଉଛି ଅଜା

ଛୁଆଉଡା କଥା କୁଆଉଡେଇ ।।



Rate this content
Log in