STORYMIRROR

ବିନୟ ମହାପାତ୍ର

Others

4  

ବିନୟ ମହାପାତ୍ର

Others

ପାପ ପୂଣ୍ୟ ବ୍ୟାଙ୍କ

ପାପ ପୂଣ୍ୟ ବ୍ୟାଙ୍କ

1 min
291

ଏମିତି ଥାଆନ୍ତା ଯଦି

ପାପ ପୂଣ୍ୟର ସରକାରୀ ବ୍ୟାଙ୍କଟିଏ,

ଆଉ ସେଇ ବ୍ୟାଙ୍କରେ ଥାଆନ୍ତା

ଛୋଟ ମୋର ଆକାଉଣ୍ଟ ଗୋଟିଏ ।

ପାଶବୁକ୍ ଟିଏ ଥାଆନ୍ତା ବି ମୋର

ଗୋଲାପି ଗୋଲାପି ନୀଳ ମଲାଟର,

ପୂଣ୍ୟ ସବୁ ସବୁଜ କାଳିରେ ଲେଖନ୍ତେ

ଆଉ ପାପ ଯେତେ କଳା କଳା ସ୍ୟାହୀରେ ।

ମୋବାଇଲରେ ଥାଆନ୍ତା ବ୍ୟାଙ୍କର ଆପଟିଏ 

ହିସାବ କିତାବ ମିଳିଯାନ୍ତା ହାତ ପାହାନ୍ତାରେ ।


ପ୍ରତିଟି ସଂଧ୍ୟାରେ

ଆକାଉଣ୍ଟ ମୋ ଦେଖି ନିଅନ୍ତି ଥରେ,

କେତେ ପାପ ଆଉ କେତେ ପୂଣ୍ୟ

ଜମା ହେଲା ମୋ ଖାତାରେ ।

ହେଲେ ଏକ ସନ୍ଦେହ ମନେ,

ଚିତ୍ରଗୁପ୍ତ ପାଖରେ କି ମୂଲ୍ୟସୂଚୀ ଥିବ?

କଡା ଗଣ୍ଡା ହିସାବରେ

କେଉଁ କର୍ମର ପୂଣ୍ୟମୂଲ୍ୟ ଅବା

ପାପମୂଲ୍ୟ କେତେ କହିଦେବ ?

ଦିଅଁ ଦରଶନେ କେତେ ପଣ ପୂଣ୍ୟ

ମନ୍ଦିର ଆଗରୁ ଯୋତା ଚୋରିକଲେ

କେତେ ପଣ ପାପ?

ଭୀକାରିକୁ ଭିଖଦେଲେ କେତେ ପଣ ପୂଣ୍ୟ ଅବା

ଝିଅଙ୍କୁ କମେଣ୍ଟ କଲେ କେତେ ପଣ ପାପ?


ଭଗବାନ ବହୁତ ଚତୁର,

ଜାଣିଶୁଣି ପାପପୂଣ୍ୟର ହିସାବ ଦିଏନି,

ଏହି ତଥ୍ୟ ଅତି ସମ୍ବେଦନଶୀଳ

ଅତି ଗୋପନୀୟ ତେଣୁ ସୂଚନା ଦିଏନି ।

ନଚେତ

ବାବା, ମାତା, ନେତା, ଅଭିନେତା

ସମସ୍ତଙ୍କ ଚରିତ୍ର ସାର୍ବଜନିକ ହୋଇଯିବ

ତେଣୁ ସବୁ ତଥ୍ୟ କାହାକୁ କହି ହୁଏନି ।


Rate this content
Log in