STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ପାହାଡ

ପାହାଡ

1 min
328


• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

---------- -------------------- ----------

କୁଞ୍ଚି କୁଞ୍ଚିକା ପାହାଡ ଦୂର ଦିଗ୍-ବଳୟ ଧାରେ

ଦିଶଇ ସତେ କି ମନଲୋଭା ପ୍ରକୃତି କୋଳରେ

ପଥର ବାଲି ମାଟି ଚକଟି ଖଞ୍ଜି ଚିତ୍ରକର

ସଜେଇ ଦେଇ ଯାଇଛି ଅବା ଆଶ୍ଚର୍ଯ୍ୟ ପ୍ରକାର ।।


ସୀମାନ୍ତେ ସ୍ଥିତ ସେ ହିମବନ୍ତ ସରଗକୁ ବାଟ

ସତେ ଯେମିତି ଭାରତ ମାତା ମଉଳି ମୁକୁଟ

ଉତ୍ତର ଦିଶା ହିମ ପ୍ରବାହ କରେ (ୟ) ପ୍ରତିହତ 

ତୁଷାରେ ମଣ୍ଡି ରୂପେଲି ରଙ୍ଗେ ହିମାଦ୍ରୀ ଶୋଭିତ ।।


ପୂତ କୈଳାଶ ଗିରି ତନ୍ମଧ୍ୟେ ଦେଖ ବିଦ୍ୟମାନ

ଶିବଗଣ ଙ୍କ ଆଳୟ ସେହି ଶିବ ନିକେତନ

ହିମାଦ୍ରୀ ସୁତା ପାର୍ବତୀ ମାତା ଶିବଙ୍କ ଘରଣୀ

ନନ୍ଦି ଭୃଙ୍ଗି ଙ୍କ ସହିତ ସ୍ଥିତ ଗଣେଶ ସେନାନି ।।


ରତ୍ନ ଗିରି ଶିଖରରେ ଦେଖ ବିଜେ ଯୋଗମାୟା

ସମୁଦ୍ର ମନ୍ଥନୁ ମେରୁ ଗିରି ବିସ୍ତାରିଛି କାୟା

ବିସ୍ତାରି ରହିଛି ଗୋବର୍ଦ୍ଧନ ଗିରି ବୃନ୍ଦାବନେ

ନିଳାଦ୍ରୀ ପରେ ବିଜୟ ପ୍ରଭୁ ରତ୍ନ ସିଂହାସନେ ।।


ଧଉଳି ଗିରି ଶାନ୍ତିର ସ୍ତୁପ ଦିଏ ଶାନ୍ତି ବାର୍ତ୍ତା

ମୁକ ସାକ୍ଷୀ ୟେ କଳିଙ୍ଗ ଯୁଦ୍ଧ କଳିଙ୍ଗ ସଭ୍ୟତା

ଖଣ୍ଡଗିରି ଶିଖରରେ ବିଜେ ମହାବୀର ଜୈନ

ବୁଦ୍ଧ,ଜୈନ,ସନାତନ ଧର୍ମ ୟେ ମହା ମିଳନ ।।

 

ମାମୁଁ ଭଣଜା ପାହାଡ଼ ଘଣ୍ଟଶିଳା ପରବତ

ଚିଲିକା ହ୍ରଦ କୂଳରେ କାଳିଯାଈ ଅବସ୍ଥିତ

ବନେ ରୁଷ୍ୟମୁକ ଗିରି ପାଦେ ଶ୍ରୀରାମ ଲକ୍ଷ୍ମଣ

ପର୍ଣ୍ଣ କୁଟୀ ରଚି ବର୍ଷାକାଳ କରିଲେ ଯାପନ ।।


ଏଲୋରା ଗିରି ଗୁହା ଖୋଦିତ କେତେ ଚାରୁ ଚିତ୍ର

ତ୍ରୟମ୍ଵକେଶ୍ଵର ବିଜେ ଭୀଷ୍ମ ଗିରି ପବିତ୍ର ପର୍ବତ

ଶ୍ରୀଶୈଳମ୍ ପାହାଡରେ ବିଜେ ମଲ୍ଲିକା ଅର୍ଜୁନ

ୟେ ଯେତେ ପାହାଡ଼ ମାଳା ପୂତ ପୂଣ୍ୟ ତୀର୍ଥ ଧାମ ।।


ବିନ୍ଧ୍ୟ ପର୍ବତ ପାଦ ଦେଶରେ ମହୀଷା ଅସୁର

ବୀରଗତି ଲଭିଥିଲା ଦୁର୍ଗା କରିଲେ ସଂହାର

ଏ ଯେତେ ପାହାଡ ମାଳା ମୋର ଭାରତ ମାଟିରେ

ଅଚଳ ଅଦ୍ରି ବିରାଜେ ଏଇ ମରତ ଭୂଇଁରେ ।।



Rate this content
Log in