STORYMIRROR

Anupama Sahu

Others

3  

Anupama Sahu

Others

ପାଏନା ତୁମକୁ ଖୋଜି

ପାଏନା ତୁମକୁ ଖୋଜି

1 min
221

ଆକାଶରୁ ଯେବେ 

ବରଷା ଟୋପାଟା 

ମାଟି ତନୁ ଚୁମି ଦିଏ 

ଜାଣେନା କେମିତି 

ମନକୁ କାହିଁକି 

ସାତରଙ୍ଗ ଛୁଇଁ ଯାଏ। ୧।


ଫଗୁଣକୁ ଦେଖି 

ଆମ୍ବ ଡାଳେ ଯେବେ 

କୋଇଲିିଟା କୁହୁ ଗାଏ 

ବିିିଗତ ଦିିିିନର 

ତୁୁୁମ ସ୍ମୃତି ସବୁ 

ମୋ ମନେ ସଜେଇ ହୁଏ। ୨।


ଆକାଶ ଛାତିରୁ

ଜହ୍ନ ଦେଖି ଯେବେ 

କଇଁ ହସି ଦିଏ ଥିରି 

ନିିଜ ଅଜାଣତେ 

ମୋ ନିଜ ଲାଜରେ 

ନିିିିଜେ ମୁୁହିଁ ଯାଏ ସରି। ୩।


ଫୁୁଲର ଉପରେ 

ଭଅଁରଟା ବସି 

ମଧୁପାନ ଯେବେ କରେ 

ତୁମେ ନ ଥିଲେ ବି 

ତୁମ ଦୁଷ୍ଟାମୀଟା 

ଭିଜାଏ ମୋତେ ପ୍ରେମରେ। ୪।


ରାତି ପାହିଗଲେ 

ଅଳସି ଶେଜରେ 

ସ୍ୱପ୍ନ ଯେବେ ଯାଏ ହଜି 

ହଜିଲା ସପନେ 

ତୁମେ ହଜି ଯାଅ 

ପାଏନା ତୁମକୁ ଖୋଜି। ୫।

    ☆☆☆


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍