STORYMIRROR

Banali Dash

Others

2  

Banali Dash

Others

ପାଦ ଚିହ୍ନ

ପାଦ ଚିହ୍ନ

1 min
13.8K


ବେଳେବେଳେ ଫାଙ୍କା ଲାଗେ ସକାଳ ପୁଣି ସଂନ୍ଧ୍ୟା,

ବିତିଯାଏ କେମିତି କେମିତି !

ଅନେକ ପାଦ ସେଠି ତାଣ୍ଡବ ରଚିଛି,

ଆଉ କିଏ କୋଉଠୁ ଯାଇ କୋଉଠି ମିଶିଛି,

କିଏ ବା ଖବର ରଖଛି,

କେତେ କେତେ ପାଦସେଠି ଉଭାନ୍ ଆଉ କେତେକ ବଳୀୟାନ୍ ହୋଇଛି,

ବେଳେବେଳେ ବାସ୍ନା କିଛି ବିଭୋରକରିଛି,

ଆଉ ପାଖକୁ ପୁଣିଥରେ ଯିବାକୁ ବାଟ କଢେଇ ନେଇଛି

କିନ୍ତୁ ପୁରୁଣା ପାଦଚିହ୍ନ ମିଳେଇ ଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍