Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Others

4.0  

Akshayakumar Dash

Others

ଓଟ

ଓଟ

1 min
230


ମୁହଁ ଟେକି ଉପରକୁ 

ଓଟ ଚାଲୁଥାଏ,

ତଳେ ଘାସ ପତରକୁ

ଲୋଭକରି ଖାଏ ।

ଚାହାଣି ତା' ଅନୁରାଗ

ସତ୍କାର ବଡିମା,

ତା' ଦୃଷ୍ଟିରେ ସବୁ ନୀଚ

ଚାହେଁ ଡିମାଡିମା ।

ଉପରକୁ ସାଧାସିଧା

ସରଳ ଜାତୀୟା,

କୁଜରେ ଭରଇ ଖାଦ୍ୟ

ଚରଣ ଚୁଟିଆ ।

ଡେଙ୍ଗାଗୋଡ଼ ତଳେ ବାଲି

କାଦୁଆକୁ ଛେଳି,

ପାଣିକୁ ପଶେନି ଜମା

ନେଲେ ଠେଲି ପେଲି ।

ଖାଇପିଇ ସେଇଠାରେ

ମଳତ୍ୟାଗ କରେ,

ପେଟସଫା କରିଦିଏ

 ପାଣି ପିଇଭରେ ।

ଚେଇଁ ଶୋଇ ଦେଖେ ବଡ଼

ଦାର୍ଶନିକ କବି,

ନିର୍ମଳ ଭାବମୂର୍ତ୍ତିର 

ଆଙ୍କୁଥାଏ ଛବି ।

ରଡିକଲେ ଘଡ଼ଘଡ.. .

ଗଧ ଠାରୁ ହୀନ,

ଅଭିନୟ ବିଜ୍ଞାପନ

କରିକାଟେ ଦିନ।

ଖାଇ ଶୋଇ ବୁଲି ଚାଲି 

 ଜାହାଜ ସମାନ,

ଓଟ ପରି କିଛି ଲୋକ

ଭାବନ୍ତି ମହାନ ।



Rate this content
Log in