STORYMIRROR

Prafulla Chandra Mishra

Others

4  

Prafulla Chandra Mishra

Others

ଓଁକାର ଚନ୍ଦ୍ର ବିନ୍ଦୁ

ଓଁକାର ଚନ୍ଦ୍ର ବିନ୍ଦୁ

1 min
337


ତୁମେ ପ୍ରଭୁ, ତୁମେ ପ୍ରଭୁ

ତୁମରି ଆଦେଶେ ପରିଚାଳିତ ଏ ବିଶ୍ଵ

ତୁମେତ କରୁଣା ସିନ୍ଧୁ ,

ମୋ ପାଇଁ କୋମଳ ସଜଳ ସକାଳ

ମୋ ଜୀବନ ଅମୃତ ବିନ୍ଦୁ

ତୁମେ ପ୍ରଭୁ ତୁମେ ପ୍ରଭୁ ।।


ସୁନ୍ଦର ଭୂଧର ନୀଳ ପାରାବାର

ମରୁ, ଗିରି,ବନ,ବିଥିକା,କାନନ

ସବୁ ରଚିଛ ମୋ ପାଇଁ ବନ୍ଧୁ ,

ସେ କଳା ଗୋସାଇଁ ଶିରୀକ୍ଷେତ୍ର ସାଇଁ

ମୋ ଜୀବନ ଆକାଶ ଇନ୍ଦୁ

ତୁମେ ପ୍ରଭୁ ତୁମେ ପ୍ରଭୁ ।।


ମଳୟ ବହଇ ଜୋଛନା ଝରଇ

ସୁନେଲି ରଙ୍ଗର ଅରୁଣ କିରଣ

ଖୋଲିଦିଏ ଜ୍ଞାନ ଚକ୍ଷୁ ,,

ହେ ମଙ୍ଗଳ ମୟ ଅମୃତ ପୁରୁଷ

ତବ ପ୍ରଦାନେ ଲଭିଛି ବିଭୁ

ତୁମେ ପ୍ରଭୁ ତୁମେ ପ୍ରଭୁ ।।


ଅଳକା ପୁରୀ ର ବଳକା ଆସନ

ମୋ ପାଇଁ ରଖିବ ଶ୍ରୀବତ୍ସଲାଞ୍ଚ୍ଛନ

ତୁମେ ସାଧୁ, ତୁମେ ସାଧୁ

ମୁଁ ପାପୀ ଅଧମ ତୁମେ ଭଗବାନ

ତୁମେ ଓଁ-କାର ଚନ୍ଦ୍ରବିନ୍ଦୁ

ତୁମେ ପ୍ରଭୁ ତୁମେ ପ୍ରଭୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍