STORYMIRROR

Bela Bhumi

Others

3  

Bela Bhumi

Others

ଓଁ ଶ୍ରୀ ଗଣେଶାୟ ନମଃ

ଓଁ ଶ୍ରୀ ଗଣେଶାୟ ନମଃ

1 min
568


=============

ହେ ଆଦ୍ୟେଶ/ପ୍ରଥମେଶ

କୃପାଳୁ କବୀଶ

ଜ୍ଞାନାଧୀଶ ହେ ଅବନୀଶ,

ହେ ପ୍ରମୋଦ-ପୀତାମ୍ବର

ସର୍ବ ଅନ୍ତର ନିଧୀଶ୍ବର

ଦେବାଧିଦେବେଶ୍ବର 

ଈଶାନପୁତ୍ର ଗଣେଶ

ପ୍ରଥମେଶ୍ବର ପୁରୁଷ,

ବାରେ ମୋତେ ଦିଅ ହେ ଆଶୀଷ ।

ହେ ବିଘ୍ନହର୍ତ୍ତା , ବିଘ୍ନହର

ଅପ୍ୟେକଦନ୍ତ ହେରମ୍ବ ଲମ୍ବୋଦର

ସୁମୁଖ ସୁରେଶ୍ଵର 

ବିଘ୍ନରାଜ ଯୋଗାଧୀପ ଯଶୋସ୍ମର

ହେ ବିଶ୍ବମୁଖ, ବିଶ୍ବସୁଖ

ବିଘ୍ନ- ବିନାଶାନାୟ ବିକଟ ବିଘ୍ନେଶ୍ୱର

ବାରେ ଏ ଦୀନଜନେ ଦୟା କର / କୃପା କର ।

ହେ ଅନ୍ମୟ-ଅମୋଦ ସର୍ବ ସିଦ୍ଧିପ୍ରଦ 

ଅମୋଘ ଅଥର୍ବ ଅଦ୍ଵୈତ ଆଦିଦେବ

ହେ ଅମେୟ ଦ୍ବୈମାତ୍ରେୟ 

ଶୁଦ୍ଧ ବୁଦ୍ଧିପ୍ରିୟ ,ରିଦ୍ଧିପ୍ରିୟ-ସିଦ୍ଧିପ୍ରିୟ

ଦ୍ବିଜପ୍ରିୟ- ରୁଦ୍ରପ୍ରିୟ -ସର୍ବପ୍ରିୟ

ଅମିତ ମୁନିଃସ୍ତୁତ୍ୟ,

ଅନନ୍ତ ଚିଦ୍ରୂପମୟ ,ଏକଦନ୍ତ ମହାକାୟ

ହେ ସର୍ବସିଦ୍ଧିପ୍ରଦାୟ

ଜ୍ଞାନମୟ ସଦୟ ପ୍ରଭୁ ଗିରିଜା ତନୟ

ତୁମ ପାଦେ ସର୍ବଜନ ରହୁ ସଦା ଲୟ ।

ହେ ଭୀମ-ଭୂପତି-ନିଧିପତି

ଭୁବନପତି ମହା-ଗଣପତି 

ହେ ମାନନୀୟ, ମୃତ୍ୟୁଞ୍ଜୟ

ବକ୍ରତୁଣ୍ଡ ମହାକାୟ ଏକଦୃଷ୍ଟି

ସୌମ୍ୟଶାନ୍ତ ମୂର୍ତ୍ତି,

ହେ କାରୁଣ୍ୟ-କପିଳ-ଈନ୍ଦ୍ରନୀଳ ଦେବେଶ

ଅଗତିର- ଗତି ତୁମେ ମଙ୍ଗଳମୂରତି ,

ଏ ଭବୁ ହରିନିଅ ପ୍ରଭୁ 

ଯେତେସୃଷ୍ଟ ଉତ୍ପୀଡକ ପାପୀ-ପ୍ରବଞ୍ଚକ 

ହୀନମନ୍ୟ ଡକାୟତି ମତି ।

ହେ ଧୂପବର୍ଣ୍ଣ ସୂପକର୍ଣ୍ଣ 

ଦ୍ବୈମାତୁର ଗଣେଶ୍ଵର,

ହେ ଦୟାବନ୍ତ ଏକାକ୍ଷର 

ଯୋଗ-ଯୋଗେଶ୍ବର 

ଓଁକାର ନିଧୀଶ୍ବର ,ବିଦ୍ୟା-ବାରିଧିବୀର

ପ୍ରଚଣ୍ଡ ଜ୍ଞାନ-ଗନ୍ତାଘର ପ୍ରଭୁ ହେ,

ଏ ଜଗତରୁ ଦୂରକର

ଯେତେ ଯେତେ ପାପାଚାର

ଭ୍ରଷ୍ଟାଚାର ଭାର ।

ହେ ଦୀର୍ଘକର୍ଣ୍ଣ-ଶୋଭନ, ସିନ୍ଦୂର ବଦନ

ଈନ୍ଦୁରବାହନ ,ସର୍ବ ଦେବାତ୍ମନ

ଅଘନାଶନ ହେ ଶ୍ରୀ ଗୌରୀନନ୍ଦନ ,

ବିଜ୍ଞ ଦେବବୃନ୍ଦ-ଆଦ୍ୟବନ୍ଦିତ-ପ୍ରଭୁ

ଶ୍ରୀ ଉମାସୁତ ଗଜାନନ;

ହେ ମେଧା-ମୋଦ-ବର୍ଦ୍ଧକ 

ମୁନିଃସୁଖ ଦାୟକ ଜ୍ଞାନପତି ଗଣପତି

ସୈାଭାଗ୍ୟର ଅଧିପତି ପ୍ରଭୁ

ଜ୍ଞାନ-ପ୍ରଦାୟକ ପଞ୍ଚାନନ;

ଆଜି ତୁମ୍ଭ ଜନ୍ମଦିନ

ଶରଣାଗତ ସର୍ବଜନ

ଆହେ ଗଣନାଥ ଦେଖାଅ ସୁପଥ

କର ବାରେ ଦୁଃଖ ନିବାରଣ,

ସକଳ ମାନସ ଅଜ୍ଞାନ- ତିମିର ନାଶନ ।

ହେ ଲମ୍ବକର୍ଣ୍ଣ ବ୍ରହ୍ମ-ବିଦ୍ୟୁତ୍ତମ

ଭୁବନପତି ଧାର୍ମିକ ଦେବବ୍ରତ

ବିରଜା ନନ୍ଦନ 

ତୁମେ ସେଇ ସର୍ବସିଦ୍ଧାନ୍ତ 

ଯା'ର ସ୍ବୟଂସିଦ୍ଧ ମନ ,

ହେ ସର୍ବଦେବାତ୍ମ ରିଦ୍ଧୀଶ 

ପ୍ରଭୁ ବିଦ୍ୟାଦାତା ;

କରୀ- ଆନନ୍ଦ-ଶିରୀ ଗଜକର୍ଣ୍ଣଧାରୀ

ଇନ୍ଦ୍ର ଶ୍ରୀପଦ ନିକେତ

ଶିବା-ଆତ୍ମଜ ସିଦ୍ଧିଦାତା ପୁଣି

ଶ୍ରୀ ବୁଦ୍ଧି-ବିଧାତା ।

କର ଯୋଡ଼ି କରୁ ହେ ଗୁହାରି

ପରମ ମଙ୍ଗଳ ରୂପେ ପ୍ରଭୁ ...

ପ୍ରତିନିତ୍ୟ ଆସ ଅବତରି ,

ତୁମ ଆବିର୍ଭାବେ 

ରାଶି ରାଶି ପାପରାଶି 

ଯାଉ ଅପସରି ।

ଜୟ ଶ୍ରୀଗଣେଶ ।



Rate this content
Log in