STORYMIRROR

Dharitri Das

Children Stories

3  

Dharitri Das

Children Stories

ଓଡ଼ିଆ ନବ ବରଷ

ଓଡ଼ିଆ ନବ ବରଷ

1 min
224

ନୂଆ ବରଷର ହରଷରେ ମଜ୍ଜି

   ଓଡ଼ିଶାର ପୁର ପଲ୍ଲୀ

ରାତି ନ ପାହୁଣୁ ଦର୍ଶନ ନିମିତ୍ତ

   ଦିଅଁଙ୍କ ପାଶେ ଗହଳି।


ଠାବେ ଠାବେ ଯଜ୍ଞ ଆଉ ପଣା ଦାନ

    କରି ହରଷିତ ସର୍ବେ

ନୂଆ ବରଷଟି ସାରା ଓଡ଼ିଶାରେ

   ପାଳିଥାନ୍ତି ଅତିଗର୍ବେ।


ଆଧ୍ୟାତ୍ମକତାରେ ପରିପୂର୍ଣ୍ଣ ସତେ

   ନବ ବରଷ ଉତ୍ସବ

ପ୍ରକୃତିର ଶୋଭା ବର୍ଦ୍ଧନରେ ଭରି

    ରହିଛି ନବ ପଲ୍ଲବ।


ବିଷୁବ ସଂକ୍ରାନ୍ତି ପଣାର ଆସର

   ଜମେ ପ୍ରତି ଘରେଘରେ

ଓଡ଼ିଆ ନୂତନ ବରଷ ପାଳନ୍ତି

    ସରବେ ଅତି ଆଦରେ।


ପାଞ୍ଜିକାର ନୂଆ ପାଞ୍ଜି ପଢ଼ିଥାନ୍ତି

   ନୂତନ ବରଷ ପାଇଁ

ଏହିଦିନ ଠାରୁ ନୂଆ ପାଞ୍ଜି ଦେଶେ

   ପ୍ରଚଳିତ ହୋଇଥାଇ।


ପାଞ୍ଜି ଅନୁସାରେ ରୀତିନୀତି ପାଳି

    କର୍ମ କରିବାରେ ସତେ

ଉଜ୍ଜୀବିତ ହୋଇ ଉଠିଥାଏ ଆମ

    ଓଡ଼ିଆ ସଂସ୍କୃତି କେତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍