STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

ଓଡ଼ିଆ ନବ ବରଷ ଆଗମନେ

ଓଡ଼ିଆ ନବ ବରଷ ଆଗମନେ

1 min
212

   

ଆଜି ଓଡ଼ିଆ ନବ ବରଷ 

   ପହିଲି ଏ ବଇଶାଖ ମାସ,

ଓଡ଼ିଆ ସଂସ୍କୃତିର ସନ୍ଦେଶ 

   ମନକୁ କରି ଦିଏ ଉଲ୍ଲାସ।


      ପଣା ସଂକ୍ରାନ୍ତି ଭାବରେ ଖ୍ୟାତ

         କରୁ ଦେବାଦେବୀ ପୂଜା ବ୍ରତ, 

      ନବ  ପଞ୍ଜିକାର  ଅନୁଗତ 

        ହୋଇ ରହୁ ସର୍ବେ କାର୍ଯ୍ୟରତ। 


ଏ ନବ ବରଷର ସୁଦିନେ 

     ଶ୍ରଦ୍ଧା ସୁମନ ଅର୍ପେ ସୁଜନେ, 

ଓଡ଼ିଆ ଜାତିର ସ୍ଵାଭିମାନେ 

    ଆପଣାର କରି ପରିଜନେ।


        ଶୁଭ ମୁହୂର୍ତ୍ତର ସୁଲଗନେ 

          ଏ ମହାନ ଜାତିର ସମ୍ମାନେ,

       ଲାଗିବା ସବୁ ତା ପ୍ରୟୋଜନେ 

         ଐତିହ୍ୟ ରଖି ତାହାର ମନେ। 


ଦିନୁ ଦିନ ବଢି ରୌଦ୍ର ତାପ 

   ଶରୀରେ ପକାଏ ତାର ଚାପ, 

ଶୀତଳତା ଖୋଜି ଅନୁରୂପ 

   ଦୂରେଇବା କ୍ଳାନ୍ତି ମନସ୍ତାପ। 


     ଜଳ ଦାନେ ଜଳ ପାନେ ଧ୍ୟାନ 

         ଦେଇ ହେବାକୁ ମହତ ଜନ,

      କରିବା ଦୀନ ଦୁଃଖି କଲ୍ୟାଣ 

          ଦେଖାଇ ଉଦାର ଆଚରଣ। 


ଦିନ ଆସେ ଯାଏ କ୍ରମାନ୍ଵୟେ 

   ସ୍ମୃତି ତାର ରଖିବା ହୃଦୟେ, 

ଜାତିର ଟେକ ରଖି ବିନୟେ 

  ସଚେତନ ହେବା ଦୁଃସମୟେ। 


      ନବ ବରଷର  ଆଗମନେ 

         ହୃଦୟରୁ ଶୁଭେଚ୍ଛା ଜ୍ଞାପନେ, 

      କରେ ଶୁଭକାମନା ଏ ମନେ 

         ପ୍ରଣତି ଢାଳି ପ୍ରଭୁ ଚରଣେ।

   


          

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍