STORYMIRROR

Sunanda Mohanty

Others

3  

Sunanda Mohanty

Others

ଓଢଣା

ଓଢଣା

1 min
226

ଓଢଣା ଭିତରୁ କିଏ ରୁପମତୀ କିଏ ମଧୁମତି, 

କିଏ ଢାଳୁଛି ମମତା ପ୍ରୀତି। 

ଓଢଣା ଭିତରେ ନବବଧୂଟି ସ୍ବପ୍ନ ଦେଖେ କେତେ ନିତିପ୍ରତି। 

ମଥାରେ ଓଢଣା,ସର୍ବଶ୍ରେଷ୍ଠ ଗହଣା, 

ଏତେ ସୁନ୍ଦର ହେଲା କେମିତି,

 ସତେ ଚାନ୍ଦ ଉଏଁ ତା ଭିତରେ,

 ହସୁଥାଏ ଜହ୍ନ ରାତି। 

ଓଢଣା ତଳେ ବି ଲୁଚି ଯାଇଅଛି କେତେ ଯନ୍ତ୍ରଣା କାତର ଭିତି। 

ତମେ ଯାହା କୁହ ଦିଶେ ତୁମ ମୁଁହ ଓଢଣା ତଳେ ଏମିତି 

ସବୁ ତାରା ମାନେ ଜହ୍ନ ବି ସାଥିରେ ଲୁଚଳାଳୀ ଖେଳ ନିତି 

ମୋ ବୋଉ ମୁଣ୍ଡରେ ଓଢଣା ଦେଖି ମୁଁ ପାଇଯାଏ 

ଶାନ୍ତି ପ୍ରୀତି ମୟିତ୍ରୀ ଓ ପ୍ରତିଶ୍ରୁତି 

ଜଗା ଆଖି ମାରେ ରଥର ଉପରେ 

ଓଢଣା ଭିତରେ ଢାଳେ ଯିଏ ପ୍ରଣତି 

ଭାବିଛି ଏଥର ଓଢଣା ଭିତରେ ଲୁଚେଇ ଦେଵି ମୁଁ 

ଅସରା ପସରା ସେଇ ସବୁ ସୁଖ ଦୁଃଖର ସ୍ମୃତି 

ଦେଖୁନ ମାଣିକ ଓଢଣା ଭିତରେ ସାଇତି ରଖିଛି 

ଜଗା ଓ ବଳିଆ ଠାକୁରଙ୍କ ପାଇଁ ଭାବ ଭକ୍ତି।



Rate this content
Log in