STORYMIRROR

Bela Bhumi

Others

4  

Bela Bhumi

Others

ନୂଆଁଖାଇ ଜୁହାର୍

ନୂଆଁଖାଇ ଜୁହାର୍

1 min
519


ନୂଆଁଖାଇ ଆସିଛି

ବିଦଗ୍ଧ ମଧୁର ଉଛୁଳା ମୂର୍ଚ୍ଛନାରେ 

ପଶ୍ଚିମ ଓଡ଼ିଶା କୋଳୁ

ଗଣପର୍ବ ସାଜି

ଶୀତଳ ମଳୟ ଧାରେ

ଭରପୁର ଆକର୍ଷଣେ

ତା' ନୂଆଁବାସ୍ନାର ସମ୍ଭ୍ରାନ୍ତ ଠାଣିରେ

ଏ ପବିତ୍ର ଭାଦ୍ରବଦ ଶୁକ୍ଲ ପଞ୍ଚମୀରେ 

ଆପଣାର ଶୁଭଇଷ୍ଟ କ୍ଷଣେ,

ପହିଲି ଅନ୍ନଭୋଗ କଅଁଳ କୁହୁକିତ

ମୃଦୁ ମାଦକିତ ସମ୍ମୋହନେ ।

ନୂଆଁଖାଇ ଆସିଛି

ତା' କୃଷିପର୍ବର ପରିଚୟ ନେଇ

ଆନ୍ଦୋଳିତ ଅନ୍ତରକୁ

ଗହଗହ ଲହରାଇ

ଆସିଛି ଖୁସିପର୍ବର ତନ୍ମୟ ଆବେଗିତ

ମାର୍ମିକ ଉଚ୍ଚାରଣେ,

ସୁନାର କ୍ଷେତରୁ ପତ୍ରପରସା ପଞ୍ଚାମୃତ

ଆଉ ଗିନାଏ ନବାନ୍ନ ଯାଏଁ,

ମାତୃ ଅର୍ପଣରେ

ଅଦ୍ଭୁତ ଏ ପବିତ୍ର ପର୍ବର

ସମାହିତ ଲଗ୍ନେ ।

ନୂଆଁଖାଇ ଆସିଛି

ତା' ନୂଆଁଖାଇ ବଜାର ରେ 

ସ୍ବତନ୍ତ୍ର ମନଭର୍ତ୍ତି ବିପଣନ ମେଲି

ଗାଆଁ ଗାଆଁରେ ଆକର୍ଷଣୀୟ 

ପିଠାପଣା,ଖେଳକୁଦେ

ଅନ୍ନବ୍ୟଞ୍ଜନର ସ୍ବାଦେ

ନୂଆଁ ଧାନେ ନୂଆଁ ମନେ

ନୂଆଁ ଦ୍ରବେ ନୂଆଁ ଭାବେ

ନୂଆଁ ବସ୍ତ୍ରେ ନୂଆଁ ସ୍ପର୍ଶେ 

ହସିହସି ମିଳିମିଶି ଉଚ୍ଛନ୍ନ ଅନ୍ତରେ

ତିହାର୍ ପାଳନ୍ତି ସର୍ବେ

ଜୁହାର୍ ଭେଟଭାଟ୍ ହୋଇ

ବଡଙ୍କୁ ସମ୍ମାନ ମୁଣ୍ଡିଆ ଜଣାଇ,

ମାୟାଞ୍ଜନବୋଳା ମାଟିର ଗନ୍ଧେ

ଆହ୍ଲାଦ ମାଧୂର୍ଯ୍ୟ ବିଭବିତ

ସୁରେସୁରେ ଝୁମି

ରସରକେଲି ଡାଲଖାଇ ରଙ୍ଗବତୀ ଗାଇ ।

ନୂଆଁଖାଇ ଆସିଛି

ଉତ୍ସବ ମୁଖରେ,ବରଷକେ ଥରେ

ମାଟି ମାଆର ଆକର୍ଷଣ ଧରି

ପଲ୍ଲବିତ ଆତ୍ମୀୟତା ଭରି

ସ୍ନିଗ୍ଧ ବିଭୋରପଣର ଉଚ୍ଚାଟିତ 

କୋଟିଏ ସ୍ପନ୍ଦନେ ଛନଛନ ମନେ

ନୂତନ ମିଳନେ ଗାଆଁକୁ ସତେ ଅବା

ଏକ ପରିବାର କରି,

ସ୍ତୁପସ୍ତୁପ ସ୍ପନ୍ଦିତ ଅନୁରାଗେ

ନିରୁକ୍ତ ଆନନ୍ଦେ

ଛଳଛଳ ତୃପ୍ତିଭରା ପୁଲକିତ ଅନ୍ତଃସ୍ବରେ

ଭିନ୍ନବାସ୍ନାର ଢେଉ ତୋଳି ।

ସମସ୍ତେ ଉଦ୍ ବିଘ୍ନ ଆଜି 

କୃପା ଲଭିବାକୁ,

ମାଆ ସମଲେଈଙ୍କ

ଆଶୀର୍ବାଦ ପାଇବାକୁ,

ଆପଣା କୋଟିତୃପ୍ତିର 

ବିଦଗ୍ଧ ଭୋଦୁଅ ସପନ

ଫଳବତୀ କରିବାକୁ ।



Rate this content
Log in