STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ନୂଆଁଖାଇ ଭେଟ୍

ନୂଆଁଖାଇ ଭେଟ୍

2 mins
13.6K


ଶରଦ ଆସିଲେ କୁରେଇଫୁଲ ହସେ

ମନ୍ ଲାଗେ ନୂଆଁ ନୂଆଁ,

ନୁଆଁଖାଇ ଗୀତ ରଚନା କରେମି

ହେଲେ ସମଲେଇ ସାହା।

ନାଇଁ ଜାନେ ଭାଷା ସୁରର ସରସା

କେନ୍ତା କରେମି ରଚନ,

ମନ୍ କେ ଜାଗିଛନ୍ ମାଆ ର କରୂନା

ଛନଛନ ହେସି ମନ।

ମହାନଦୀର୍ କୂଲେ କାଶତଣ୍ଡୀ ଝୁଲେ

ପାଇ ଶରଦ ପରଶ।

ମାଆ ବହେନ୍ ମନେ ଜାଗିଛନ୍ ସରସ

ନୁଆଁଖାଇର୍ ନୁଆଁ ହସ,

ବରଷକେ ଥରେ ଲାଗେ ସମଲ୍ ପୁରେ

ନୁଆଁଖାଇ ଭେଟ୍ ଘାଟ।

ଘର୍ କେ ସଜେଇ ରଙ୍ଗ୍ ରଙ୍ଗା ଦେଇ

ବାହାର୍ ଖାନେ ଝୋଟି ଚିତା,

ପରବକେ ମନେ ସଧିରେ ଜଗାନ

ବିଦେଶୁ ଘର୍ କେ ଫେରନ୍ତା।

ନୁଆଁ ଧାନ ପାଚି କ୍ଷେତ୍ ଶୋଭା ରାଜି

ଦିଶୁଛନ୍ ହାରୀତ ଶୋଭା,

କୁରେଇ ଫୁଲ ଖୁଞ୍ଚି ସମଲପୁରୀ ନନୀ

ସଜାଏ ସରାଗେ ଗଭା।

ନାନା ଖେଲ୍ ରଚି ପଶାପାଲି, ପୁଚି଼,

କଉଡି, ଦଉଡି, ମଜା,

ଖାଇ ମିଠା ପାନ, ମନେ ରସି ମନ

ନୂଆ ଭାବ୍ ପୀରତି ଖଞ୍ଜା।

ନୂଆଁ ନୂଆଁ ବେଶ ପୋଷାକେ ସଜାନ

ଯୁବା, ବୁଢ଼ା ଟୁକେଲ୍ ପିଲା,

ନୂଆଁ ନୂଆଁ ରଚି ନାନାଦି ଦରବ

ମନ୍ ସରାଗରେ ଭରା।

କାଟି ନୂଆଁ ଧାନ ତା "ରି ଚାଉଲେ

କରି ନାନା ପିଠା ଖିରି,

ନୂତନ ଦରବେ ପୂଜା ସଜବାଜ

ଇଷ୍ଟ ଦେବୀକେ ସୁମରି।

ମାଆ ସମଲେଇ କୁରପା କେ ପାଇ

ନିର୍ଧାରିତ ବେଲକାଲେ,

ଦିଶାରୀ ଆଦେଶେ ପୂଜିତେ ସକଲେ

ନାଚି ଭାଇଚାରା ମେଳେ।

ସଭିଏଁ ଖୁସି ତେ ଭେଟ୍ ଘାଟ ସାଜି

ଆନନ୍ଦେ ଉଚ୍ଛୁଲା ମନେ,

ନା କେ ଗରିବ, ନା କେନ୍ ଧନୀ

ଇ "ଭାବନା ନାଇଁ କା ଖାନେ।

ଧନୀର ଆଦର ଗରିବ୍ ଲୋକେ ଦିଆ

ଏଇ ନୂଆଁଖାଇ ବେଳେ,

ଦିଆନିଆ ଭାବ ଭାଇଚାରା ସଙ୍ଗେ

ମା'ସମଲେଇ କୁରପା ଫଲେ।

ଗାଇ ରଙ୍ଗବତୀ କୁରେଇ ଫୁଲ ଗୀତି

ଲବଙ୍ଗ ଲତାର ସୁର,

ପୀରତିର୍ ରସେ ଭରା କୀରତି ପସରା

ମନ୍ କିଣା ଯା ବେଭାର।

ମହାନଦୀର୍ କୂଲେ ସମଲେଇ କୁରପା

ପଛିମ ଓଡ଼ିଶା ଜନେ,

ଗାଇ ରଙ୍ଗବତୀ ରଚିଛନ୍ କୀରତି

ଇ ମାଟିର ପୁଅ ଦିନେ।

ଇ ମାଟିର ପୁଅ ବୀର ସୁରେନ୍ଦର

ରଚିଅଛନ୍ ଇତିହାସ,

ଧରା ତେ ସୁନ୍ଦର ଭାଷା ଇ ମଧୂର

ପରିପାଟି ପରିବେଶ।

ହୀରାକୁଦ ବନ୍ଧ ଜଗତ ବିଦିତ

ଝଲମଲ ଆଲୁଅରେ,

ବଡବିଲ ତାଳଚେର ପାନପୋଷ

ମୟୁରଭଞ୍ଜ ସୁନ୍ଦର୍ ଗଡ଼େ।

ଶିମିଳିପାଳ ତେ ଅଭୟା ଅରଣ୍ୟ

ରାଉରକେଲା କାରଖାନା,

ସାରା ଦୁନିଆଁକେ ଚହଳ ସାଜିଛନ୍

ଇ "ପଛିମ ଓଡ଼ିଶା ସିନା।

ନୂଆଁଖାଇ ଯାତ ବଡ଼ା ନାଁ ରଚାଛେଁ

ଭାଇଚାରା ଭେଟ୍ ଘାଟେ,

ହୃଦୟ କିନିଛନ୍ ସକଲ ଜନେତେ

ଭାବ, ଭଙ୍ଗି, ଭାଷା, ହଇତେ।

ନାଇଁ ଜାନେ ଭାବ ନାଇଁ ଭାଷା ଛନ୍ଦ

ଯା କିଛୁଁ କଲି ରଚନ,

ଦୋଷତେ ନାଇଁଧର ଇ ଅଧମେ ର

କରୁଛଁନ୍ କ୍ଷମା ପ୍ରାର୍ଥନ।


ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


Rate this content
Log in