ନୂଆଁ ଖାଇର ଜୁହାର୍
ନୂଆଁ ଖାଇର ଜୁହାର୍
1 min
303
ନିଦାଘଟା ଥାଏ ବୋଲି ସିନା ଆକାଶଟା ଅଭିସାରୀ ସାଜେ
କୁଆଁରୀ କଦମ୍ବେ ଲାଗେ ଯୌବନର ପହିଲି ପରଶ
ଶ୍ରାବଣୀର ତନୁମନ ଭିଜେ ।
ଦୁଃଖ ଟିକେ ଥାଏ ବୋଲି ସିନା ଚାଖିହୁଏ ଆନନ୍ଦ ସ୍ୱାଦ
ନବଜନ୍ମ ନାହିଁ ସେଠି ଯହିଁ ନାହିଁ ମୃତ୍ୟୁର ନିନାଦ,
ଅନ୍ତ ସିନା ଥାଏ ବୋଲି ଆରମ୍ଭର ପଦଧ୍ୱନୀ ଆସେ
ରାତିର ଅନ୍ଧାର ଠେଲି ସକାଳର ସୂର୍ଯ୍ୟ ଉଇଁ ହସେ ।
ଯହିଁ ନାହିଁ ଋତୁର ଚାରଣ କିବା ସେଠି ପାର୍ବଣ ଉତ୍ସ୍ୱାସ?
ପରିବର୍ତ୍ତନ ହିଁ ବନ୍ଧୁ ପୃଥିବୀର ସୃଷ୍ଟିର ନିର୍ଯ୍ୟାସ।।
