STORYMIRROR

Akshayakumar Dash

Others

3  

Akshayakumar Dash

Others

ନୂଆବର୍ଷ

ନୂଆବର୍ଷ

1 min
348

ଏମିତି ବର୍ଷ ପରେ ବର୍ଷ

ଘଣ୍ଟାର କଣ୍ଟା ଚାଲିଲାପରି

ମେରିପଛରେ ଘୁରିଲାପରି

ରାତିକି ଦିନ ବାରଟା ହେଲେ

ଘଣ୍ଟାକଣ୍ଟା ମିନିଟ,ସେକେଣ୍ଡ ସବୁ

ସରଳରେଖାରେ ଭେଟାଭେଟି

ଜାଣିବ ତିନେଙ୍କ ମିଳନର ଘଡି

ମଣିଷ ତାର ମେରି ପଛରେ ଘୁରେ

ଯଦିଓ ସମସ୍ତଙ୍କୁ ଜଣା ଅଛି କି ନାହିଁ

ବିଜ୍ଞାନ ଶିକ୍ଷକ ପେଣ୍ଡୁକୁ ଦେଖାଇ

ବୁଝେଇଥିବେ ଏଇଟା ଆମ ପୃଥିବୀ ,

ତାର କକ୍ଷ ଅକ୍ଷରେ ଘୁରି ଦିନରାତି

ବା ସୂର୍ଯ୍ୟଙ୍କ ଚାରିପଟରେ ଘୁରିଆସି

ବର୍ଷଟିଏ ଗଲାପରେ ନୂଆବର୍ଷ ଆସେ।

ମଣିଷ ଆଗକୁବଢ଼ି ନୂଆବର୍ଷ ପାଳେ

ବୋଧେ ଦିନକ ଭୋରୁଉଠି ସ୍ନାନସାରି

ମନ୍ଦିରକୁ ଯାଏ,ଫେରି ଆମିଷକି ନିରାମିଷ

ନିଜରୁଚି ମୁତାବକ ଖାଦ୍ୟ ସଂଗ୍ରହ ଭ୍ରମଣ,ଭୋଜି

ଭିତରେ ପରିବାର ସାଙ୍ଗସାଥି ନିଜେ ମଜିଯାଏ,

ମନକୁ ବୁଝେଇବାକୁ ପଡେ

ଏମିତି ସୁଖ ସମୃଦ୍ଧିରେ ଆଗାମୀ ବର୍ଷଟି

କଟେଇବା ପାଇଁ ନୂଆବର୍ଷକୁ

ହସଖୁସିର ଆସର ମହଲରେ

ଉପଭୋଗ ଆନନ୍ଦ ଉଲ୍ଲାସ ପାଇଁ

କର୍ମଚାରୀ ଙ୍କ ଛୁଟିଦିନଟି

ନନ୍ଦନକାନନରେ ଭିଡ଼ ତ

ପ୍ରେକ୍ଷାଳୟରେ ଚଳଚିତ୍ର ତାରକା

ତୈଳଚିତ୍ରକୁ କ୍ରିକେଟ ଖେଳ,

ଛୁଟିକାହିଁ ଦାମଭାଇର

ହଳଲଙ୍ଗଳ ଧରି ଦିନଦିପହରରେ

ବିଲରୁ ଫେରିବାପରେ ପେଟ ପୋଡି ଦେଉଛି ତ

ନୂଆବୋହୁ ବଢି ରାବଲ ସୁକୁଆ ପୋଡି

ରସୁଣ କଞ୍ଚାଲଙ୍କା ଦଳି ପଖାଳ କଂସାଙ୍କ ଥୋଇଦେଇଛି

କିଲୋ,ସୁକୁଆ ରଖିଛୁ କି

ପଖାଳ ଚୁପୁଡି ଗୁଳାଟେକି ଗିଳିଚାଲିଛି ଦାମଭାଇ

ନୂଆବୋହୁ କହିଛି'ଆଜିପରା ନୂଆବର୍ଷ'

କଣ କହିଲୁ ନୟା ବର୍ଷ

କେମିତି ହେଲା ବତେଇଲୁ

କିଲୋ , ଠେକିଚୌରାରେ ବସିବ,ଛତୁଆ ଭୋଗ ଲାଗିବ,

ହନୁମାନ ପୂଜା,ଘିଅପୋଡ଼ା, ନୂଆ ପାଞ୍ଜି ପଢାହେବ କାହିଁ?

ନୂଆବୋହୁ ମୁଣ୍ଡତଳକୁ କରି କହିଲା ସତେତ?

ଆଲୋ ହୁଣ୍ଡି ଛାଡି ନିଜ ଟୁଙ୍ଗି ବସୁ ଯାଇ ପର ପିଣ୍ଡି.....।



Rate this content
Log in