STORYMIRROR

Priyadarsini Das.

Others

3  

Priyadarsini Das.

Others

ନୂଆ ଚିନ୍ତା

ନୂଆ ଚିନ୍ତା

1 min
189


ଅସଂଖ୍ୟ ଅମ୍ଳଜାନ କଣିକା ର ଗନ୍ତାଘର ,

ଅହ ରହ ଚାଲିଛି ଅଦଳ ବଦଳ

ଅମ୍ଳଜାନ ସହ ଅଙ୍ଗାରକାମ୍ଳ ର .....।


କେତେ ପୀତ କେତେ ରକ୍ତ ବିନ୍ଦୁ

ସେଇ ମାଂସ ଖଣ୍ଡ ସହ ଜଡ଼ିତ ......।


ନୂଆ ପୁରୁଣା ଆଦେଶ , ନିର୍ଦ୍ଦେଶ କୁ

ତାର ପରି ଗୁଡେଇ ଗୁଡେଇ 

ଜାଲ ପାରି ବୁଣି ପଡ଼ିଛି ଶିରା ପ୍ରଶିରା ସବୁ ........।


ଭିତର ଟା ଭାରି ନରମ ,

କିନ୍ତୁ ବାହାର ଟା ଶକ୍ତ ଦୃଶ୍ୟମାନ ହୁଏ ସମାଜ ଆଖି କୁ ......।


ଅଗଣିତ ବଜ୍ରପାତ ଛୁଇଁ ଯାଏ 

ଆଉ 

ଅଙ୍ଗୀ ଅ ଜନନ ପରି 

ବିଛାଡି ହୋଇ ସୃଷ୍ଟି ହୁଏ 

କେତେ ଅନୁଭୂତି ର ବୃକ୍ଷ ସବୁ .....।


ସମସ୍ୟା ର ତୀର ଯେବେ ବିଦ୍ଧ କରେ 

ସେ ଅନୁଭୂତି ର ଗନ୍ତାଘର କୁ ,

କ୍ଷତ ଟିଏ ସୃଷ୍ଟି ହୁଏ ସତ ,

କିନ୍ତୁ ସେ ଭାବନା ଦେଇଯାଏ 

ଅସୀମ ଚିନ୍ତନ ,

ନୂତନ ଚିନ୍ତନ .............।


ସେ ଚିନ୍ତନ ପୁଣି ଥରେ 

ଉତ୍ପ୍ରେରକ ସାଜେ ନିତିଦିନିଆ ଧିମା ଧିମା ଗତି ପାଇଁ .....

ପୁଣି ଥରେ ପ୍ରତି କୋଷ କୁ ଶକ୍ତିଶାଳୀ 

କରାଇ ଦିଏ ନୂଆ , ଶୁଦ୍ଧ ରକ୍ତ ପ୍ରବାହ ରେ ........।


ଏମିତି ହୁଅନ୍ତାନି କି...?

ଏମିତି ପ୍ରତି ଥର ମିଳୁ ଥାନ୍ତା ଧକ୍କା ,

ଶକ୍ତ ଧକ୍କା ...

ଆଉ ସୃଷ୍ଟି ହୁଏ ନବୀନ ଚିନ୍ତନ ......।


Rate this content
Log in