STORYMIRROR

Sukanti Hotta

Others

3  

Sukanti Hotta

Others

ନୂଆ ବରଷ

ନୂଆ ବରଷ

1 min
486


ନୂଆ ବରଷଟି ଆସିଲା ସଙ୍ଗାତ ନୂଆ ବରଷଟି ଆସିଲା,

ପଲ୍ଲବିନୀରାଣୀ ଓଢଣୀଟି ଟାଣି ଅତିଆନନ୍ଦରେ ନାଚିଲା,

ଗପ, କବିତାର ପେଢ଼ୀକୁ ଖୋଲି ସମସ୍ତଙ୍କ ମନ ମୋହିଲା,

ନୂଆ ବରଷଟି ଆସିଲା........... l

କେତେ ଲେଖକ କବିଙ୍କୁ ସେ ବଣରୁ ଗୋଟାଇ ଆଣିଲା,

ବଣମଲ୍ଲୀ ପରି ଝଡିଯାଉଥିଲେ ଆନନ୍ଦେ କୋଳେଇ ଧରିଲା,

ନିଜର ସଦସ୍ୟ ମଣ୍ଡଳୀ ମଧ୍ୟରେ ଆସନ ଦେଇ ରଖିଲା,

ନୂଆ ବରଷଟି ଆସିଲା..............l

ଓଡ଼ିଆ ସାହିତ୍ୟ କଳା ସଂସ୍କୃତିର ପ୍ରଚାର ପ୍ରସାର କଲା,

ଓଡ଼ିଆ ଭାଷାକୁ ମଜଭୁତ କରି ବିଶ୍ୱରେ ମାନ୍ୟତା ଦେଲା,

ସୃଷ୍ଟିସୁଧା ନାମେ ନୂତନ ପତ୍ରିକା ଷ୍ଟୋରୀମିରରେ ସ୍ଥାନ ପାଇଲା,

ନୂଆ ବରଷଟି ଆସିଲା......... l

ପ୍ରତିଯୋଗିତାର ଖାଦାନ ପେଢୀ ଧରିକରି ସେ ବସିଲା,

ବାବନ ସପ୍ତାହ ପ୍ରତିଯୋଗିତାକୁ ସେଥିରେ ସାମିଲ କରିଲା,

ନୂଆ ପୁରୁଣା ସବୁ ପ୍ରତିଭାକୁ ହୃଦୟରେ ସେ ରଖିଲା,

ନୂଆ ବରଷଟି ଆସିଲା........... l


ସୁକାନ୍ତି ହୋତା

ତାଳଚେର 7008819476




Rate this content
Log in