Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Others

3  

Jayashree Maharana

Others

ନୂଆ ବର୍ଷ

ନୂଆ ବର୍ଷ

1 min
199


ବରଷ ଆସିବ ବରଷ ଫେରିବ

ପ୍ରକୃତିର ରୀତି ମାନି

କେତେ ନୂଆ ସ୍ମୃତି ନୂଆ ଅନୁଭୂତି

ଜୀବନରେ ଦେବେ ବୁଣି ।


ସମୟ ସ୍ରୋତରେ ବଦଳିବ ସଂଖ୍ୟା

ବରଷର ପରିଭାଷା

ନୂଆ ନାମ ନୂଆ ସମ୍ଭାବନା ନେଇ

ମନେ ଭରି ନୂଆ ଆଶା ।


ବିଦାୟ ବରଷ ଦେଇଯାଇଥିବା

ହସଖୁସି କ୍ଳେଶ ଯେତେ

ନୂଆ ବରଷରେ ସୁଖ ସମୃଦ୍ଧିର

ସ୍ୱପ୍ନ ଜାଗିଥାଏ କେତେ ।


ଆତସ ବାଜିରେ ନାଚ ରୋଷଣୀରେ

ଆନନ୍ଦରେ ଗୀତ ଗାଇ

ନୂଆ ବରଷକୁ ସ୍ୱାଗତ କରିବେ

ସର୍ବ ଜନ ହର୍ଷ ହୋଇ ।


କାମନା ଏତିକି ନୂଆ ବର୍ଷ ହେଉ

ସୁଖମୟ,ଶୁଭଙ୍କର

ବିପଦ ନ ଆସୁ କାହା ଜୀବନରେ

କୃପା ମିଳୁ ପ୍ରଭୁଙ୍କର ।



Rate this content
Log in