STORYMIRROR

Gouri Panda

Others

3  

Gouri Panda

Others

ନକଲି ପାଠୁଆ

ନକଲି ପାଠୁଆ

1 min
213


ଅସଲି ପାଠୁଆ କାମରେ ନାହିଁ 

ନକଲି ପାଠୁଆ ହାରିବ ନାହିଁ। 


ଜଗତ ସାରା ବୁଲି ଆସିବ

ନକଲି ପାଠୁଆ ସବୁ କରିବ। 


ଚୋରର ମୁହଁ ଟାଣ ପରିକା

ନକଲି ପାଠୁଆ ସେହି ପରିକା।


ଯେଉଁ ସମୟରେ ଯେଉଁ କାମ

ନକଲି ପାଠୁଆ କରେ ଆମ। 


ହାରିବା ପାଇଁ ଜନମି ନାହିଁ 

ପଛଘୁଞ୍ଚା ତା ଜାତକେ ନାହିଁ। 


ଅସଲି ପାଠୁଆ କି କାମରେ? 

ପଡିଥାଏ ସେଇ ଠକାମିରେ। 


ପୋଥିଗତ ବିଦ୍ୟା ଯେଉଁ ପରି 

ଅସଲି ପାଠୁଆ ସେହି ପରି। 


କେବେ କରିବେନି ବେଖାତର

ନକଲି ପାଠୁଆ ବଡ ଚତୁର। 


ଚତୁରପଣେ ସେ ଜିତିଥାଇ

ସେ ବିଦ୍ୟାରେ ଭାଇ ହାର ନାଇଁ। 


ନକଲି ପାଠୁଆ ଜାଣିପାରେନା

ତା ପାଠ ଯେ ଅଢେଇ ଦିନିଆ। 


ଆଜି ଏ ସଂସାରେ ଖୋଜିକି ଦେଖ

ନକଲି ପାଠୁଆ ଏଠି ଅନେକ। 


ସହଜେ,ସରଳେ ମିଳେ ଆଜି 

ଗଣ୍ଡା ବୁଲନ୍ତି ପାଠୁଆ ସାଜି। 


ଦୂରୁ ଜୁହାର ଏ ପାଠୁଆଙ୍କୁ

ସଦବୁଦ୍ଧି ମିଳୁ ମଣିଷକୁ। 



Rate this content
Log in