ନଜର ନଲାଗୁ କାହାର
ନଜର ନଲାଗୁ କାହାର
1 min
23.9K
ଭୋଦୁଅ ସକାଳ ଆସିବା ଆଗରୁ
କାହା ସାର୍ବଗ୍ରାସୀ ଆଖି
କେଜାଣି କାହିଁକି ପ୍ରଜାପତିଠାରେ
ଆଖି ବି ରହୁନି ଲାଖି ।
ଆକାଶ ଦିଶୁଛି ଅନ୍ୟ କେଉଁ ରଙ୍ଗ
ତାରା ବି ମାରୁଛି ଆଖି
ନଈରେ ନାଉରୀ ଯାଉଛି ପହଁରି
ଭାବରେ ଅଭାବି ସେ ନିରିମାଖି ।
ଫୁଲ ରାଇଜରେ ଗୋଲାପ କାନ୍ଦୁଛି
ହାତଠାରି କହେ ସୂର୍ଯ୍ୟମୁଖୀ
ଯେତେ ଯାହା ହେଉ ରବି କିରଣ ପାଇଁ
ଧରଣୀ ହୋଇବ ସୁଖୀ ।
ସୂର୍ଯ୍ୟଙ୍କର ଗତି ଆଣିଦେଉ ମୁକ୍ତି
ସାତରୁତୁ ସାତ ସୁରେ ହସୁଥା ରେ ସଖୀ
ଦୂରୁ ସାଲବେଗ କହନ୍ତି ଅଟକିଥା ରଥ
ଗଲେ ମୁଁ ଗଡିବେ ପାରିବି ଅନ୍ତତଃ ଦେଖି ।
