STORYMIRROR

Sunanda Mohanty

Others

3  

Sunanda Mohanty

Others

ନିଷ୍ଠୁର ସମୟ

ନିଷ୍ଠୁର ସମୟ

1 min
335

ଦେବତା ହୁଅନ୍ତୁ ନର ଅବା ରାକ୍ଷସ 

ସମୟ ହସେ ସଭିଙ୍କ ପାଇଁ ନିଷ୍ଠୁର ହସ 

ରାମାୟଣ ମହାଭାରତ କେତେ କଥା ସରସ 

ନିଷ୍ଠୁର ସମୟ ଆଗରେ ମଥାନତ ଅବଶ୍ୟ 

ଜୀବନ ଟା ଚାଲେ ଉଠାଣି ଗଡ଼ାଣି ପାପ ପୀୟୂଷ 

ହେଲେ ନିଷ୍ଠୁର ସମୟ କରେ ସଭିଙ୍କୁ କ୍ରୀତଦାସ 

ଭାଗ୍ୟ ଫଳ କିଏ କହେ ଅବଶ୍ୟ 

କର୍ମ ଫଳ କିଏ କହି ଦିଏ ବି ଦୋଷ 

ସମୟ ବଡ ବଳବାନ ଜ୍ଞାନ ଲଭେ ମଣିଷ 

ବାହୁବଳ ବୁଦ୍ଧିବଳ ସବୁ ପାଏ ହ୍ରାସ 

ନିଷ୍ଠୁର ସମୟ ହସେ ଯେବେ ତା ହସ 

କିଏ ଧନୀ କେ ବା ମାନୀ ଗୁଣୀ ଜନ ସଦସ୍ୟ 

ନିଷ୍ଠୁର ସମୟ ପାଇଁ ନରରୂପୀ ନାରାୟଣ ବନବାସ 

ଦୁର୍ଯ୍ୟୋଧନ ପରି କ୍ଷତ୍ରୀ ରକ୍ତ ନଦୀ ସନ୍ତରଣ ନାଗଫାଶ 

ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜ୍ଜୁନ କାହାକୁ ଛାଡ଼ିଛି ତ୍ରାସ 

କଳି ଯୁଗେ ମହାମାରୀ ବନ୍ୟା ବାତ୍ୟା ସଂତ୍ରାସ 

ନୁହେଁ କି ନିଷ୍ଠୁର ସମୟର କଦର୍ଯ୍ୟ ହସ 

ବେଳ ଥାଉ ଥାଉ ପ୍ରଭୁଙ୍କ ଶରଣ ନେବା ଅବଶ୍ୟ 

ବଳବାନ ନିଷ୍ଠୁର ସମୟ ହୁଏତ ଆସିବ ନାହିଁ ପାସ 

ଦୟା ଧର୍ମ ଆନ୍ତରିକତା ସ୍ୱାର୍ଥ ତ୍ୟାଗ କରି କରିବା ବଶ 

ନିଷ୍ଠୁର ସମୟ ଆସୁ ଡରିବାନି ଏକତା ମନ୍ତ୍ରରେ ନେଇ ନିଃଶ୍ୱାସ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍