ନିଷିଦ୍ଧ ପ୍ରକୋଷ୍ଠ
ନିଷିଦ୍ଧ ପ୍ରକୋଷ୍ଠ
1 min
400
ଦିନ ଥିଲା ମିଳିମିଶି ରହୁଥିଲେ ,
ଅନେକ ବିଗତ ଘଟଣା ସବୁ ବାଣ୍ଟୁଥିଲେ,
ପ୍ରକୋଷ୍ଠଟି ବୋଧେ ଖୁବ୍ ଚଳଚଞ୍ଚଳ ଥିଲା,
କାହିଁକି କେଜାଣି ଆଜି ପରିତ୍ୟକ୍ତ ହେଲା ,
ଚାରିଆଡ ଇତଃସ୍ତତ,କାଗଜ ଟୁକୁରା ର ସମାବେଶ,
ସଫେଦ୍ ପରଦା ସବୁ ଯେମିତି ଡାକୁଛନ୍ତି ଆସ ଆସ,
ପୁଣିଥରେ ଆସ ଏକାଠି ରହିବା, ଦୁଃଖ ସୁଖ ବାଣ୍ଟିବା ,
ଲାଗୁଛି ତ ଜରାନିବାସ ଅବା ହସ୍ପିଟାଲ୍ ର କୋଠରି,
କୌଣସି କାରଣରୁ ଆଜି ସମସ୍ତଙ୍କ ନିମନ୍ତେ ନିଷିଦ୍ଧ ।
