ନିଶା
ନିଶା
1 min
22.5K
ମଣିଷ ଜାତିକୁ ଧ୍ବଂସମୁହାଁ କରେ
ଯାବତୀୟ କ୍ରୁରନିଶା
ଅଜାଣତରେ ବଦଳି ଯାଏ, ନର
ମୁଖ ମଣ୍ଡଳର ଭାଷା ।
ସାମାଜିକ ରୀତି ନିତିଯେ ବଦଳେ
ସବୁରି କାରଣ ନିଶା
ବିବେକିକୁ ସେ ଅବିବେକି ସଜାଏ
ଛଡେଇ ଓଠରୁ ହସା ।
ହଣାକଟା ଠାରୁ ଦୁର୍ଘଟଣା ଯାଏଁ
ନିଶାର ଯେ କରାମତି
ଭଲକୁ ଭେଲ ଅଧିକ ହେଲେ କାଳ
ନିଶାର ଏ ଚୋରାପ୍ରୀତି ।
ଦୂରେଇ ରହିବା ନିଶା ସେବନଠୁ
ଜଳିବା ଆଗରୁ ଜୁଇ
ଖୁସିରେ କଟିବ ଆମରି ଜୀବନ
ଥିବା ଯେତେଦିନ ଜିଇଁ ।
