STORYMIRROR

shibaram dalai

Others

4  

shibaram dalai

Others

ନିରୁଦ୍ଦିଷ୍ଟ

ନିରୁଦ୍ଦିଷ୍ଟ

1 min
119


ଆଜି ତୁମେ ଆଉ

ମୋ ଭିତରେ

ଦୂରତା ଅନେକ

କିନ୍ତୁ ପତଙ୍ଗ ବି

ଭଲପାଏ ଅନଳକୁ ।


ନଦୀ ମରିଯାଏ ମରୁଭୂମିରେ

ତଥାପି ସେ ଆଗକୁ ବଢିବାର

ପ୍ରୟାସ ଜାରି ରଖେ ।


ଗୋଲାପର ସୁଗନ୍ଧ ନ ଥାଏ

ତଥାପି ସମସ୍ତେ ଆଦରନ୍ତି 

କ୍ଷଣିକ ପରେ ଝରିଯିବି ଜାଣି

ଗଙ୍ଗଶିଉଳି ବି

ଫୁଟିବାକୁ ଭଲପାଏ ।


ସମୁଦ୍ର କୂଳେ ବାରମ୍ବାର ଭାଙ୍ଗି

ଯାଉଥିବା ବାଲିଘରକୁ

ପୂର୍ଣ୍ଣ କରିବାକୁ ପ୍ରବଳ ଇଚ୍ଛା ହୁଏ

କାଲି କେହି ଦେଖିନାହାନ୍ତି

ତଥାପି ସମସ୍ତେ

କାଲିପାଇଁ ସଞ୍ଚୟ କରନ୍ତି ।


କାଲି ହୁଏତ

ସୂର୍ଯ୍ୟ ଚନ୍ଦ୍ର ଆତଯାତରେ

ଅଦଳ ବଦଳ ହେଇପାରେ 

ତତଲା ପାଣିରେ ଘର ବି

ଜଳି ଯାଇ ପାରେ ।

ଅମାବାସ୍ୟାରେ ବି

ଚନ୍ଦ୍ରୋଦୟ ହେଇପାରେ ।

ଇନ୍ଦ୍ରଧନୁର ରଙ୍ଗ ବି

ଫିକା ପଡିପାରେ 

ଆଜି ମୋ ପ୍ରେମ ନିରୁଦ୍ଦିଷ୍ଟ

କିନ୍ତୁ କାଲି ମୁଁ ନିରୁଦ୍ଦିଷ୍ଟ ହେଇଯିବି

ତୁମ ସ୍ମୃତିକୁ ନେଇ .......




Rate this content
Log in