STORYMIRROR

Debabrata Jena

Others

4  

Debabrata Jena

Others

ନିର୍ମଳ ଓଡିଶା ଗଠନ

ନିର୍ମଳ ଓଡିଶା ଗଠନ

1 min
27.4K




ଉତ୍କଳ ଅଟଇ ମୋ ଜନମ ମାଟି ଓଡିଶା ଅଟେ ମୋ ଭାଷା
ଓଡ଼ିଆ ହୋଇ ମୁଁ ଭାରି ଗର୍ବ କରେ ଜଗନ୍ନାଥ ମୋ ଦେବତା ।।
କଲା ଓ ସ୍ଥପତି ଓ ସଂସ୍କୃତିରେ ଭରା ଆମ ଏ କ୍ଷୁଦ୍ର ପ୍ରଦେଶ
ନିର୍ମଳ ରଖିବା ଆମ ରାଇଜକୁ ଟିକି ମନେ ଏ ସନ୍ଦେଶ ।।
ଗାଁ ପରିମଳ ଧୋବା ତୋଠେ ଜଣା ଏକଥା ଅକ୍ଷରେ ସତ
ନିର୍ମଳ ଓଡିଶା ଗଠନ ପଇଁକି ଗ୍ରାମକୁ କରିବା ସ୍ବଛ ।।
ଗୋବର ଖାତକୁ ଆବର୍ଜନା ସବୁ ରାସ୍ତାଠାରୁ ଦୂରେଇବା
ପ୍ଲାଷ୍ଟିକ ପଲିଥିନ ବ୍ୟବହାର ଜାଣ ବନ୍ଦ ଆମେ କରିଦେବା ।।
ଘର ପାଖେ ଥିବା ନାଳନର୍ଦ୍ଦମାକୁ ସଫା ଆମେ ରଖିଥିବା
ଯାବତୀୟ ରୋଗ ଦୂରେଇ ଦେଇଣ ସୁସ୍ଥ ଆମେ ଯେ ରହିବା ।।
ପୋଖରୀ ଗାଡ଼ିଆ ଜଳାଶୟ ଯେତେ ସର୍ବଦା ସଫା ରଖିବା
ମଶା ମାଛି ସବୁ ଛୁ ହୋଇଯିବେ ନିଜେ ନୀରୋଗ ରହିବା ।।
ବାହ୍ୟ ମଳତ୍ୟାଗ ରୋଗର ବାହକ ପାଇଖାନା ଆମେ ଯିବା
ବାୟୁ ପ୍ରଦୂଷଣ ରକ୍ଷା ପାଇଁ ଆମେ ଗଛ ସବୁ ଲଗାଇବା ।।
ଆସରେ ଭାଇ ଭଉଣୀ ଆମେ ସର୍ବେ ଏକତ୍ରିତ ହେବା
ସଚେତନତାର ବାର୍ତ୍ତା ଗାଇ ଗାଇ ନିର୍ମଳ ଗ୍ରାମ ଗଢିବା ।।
ଗାନ୍ଧିଜୀଙ୍କ ସ୍ବପ୍ନ ସ୍ବଛ ଅଭିଯାନ ରାମ ରାଜ୍ୟର ନିର୍ମାଣ
ନିର୍ମଳ ଓଡିଶା ଗଠନ ହୋଇବ ଗ୍ରାମ ହିଁ ତା ସମାଧାନ ।।


Rate this content
Log in