STORYMIRROR

Eli Mohanty

Others

3  

Eli Mohanty

Others

ନିର୍ମାଣ:

ନିର୍ମାଣ:

1 min
13.6K


କେଜାଣି କାହିଁକି

ତା ଶବ୍ଦର ଦର୍ପଣରେ ନିଜକୁ ଦେଖିବାକୁ

ଖୁବ ଭଲ ଲାଗୁଥିଲା ମୋତେ

ପ୍ରେମ ଗୋଟିଏ ଶିଳ୍ପୀ କି ?

ମୁଁ ତତକ୍ଷଣାତ ଲାଗିଯାଉଥିଲି ମୋ ନିର୍ମାଣରେ

ଯେମିତି ମରୁପାଇଁ ନିର୍ମାଣ ହୁଏ ଓଟ...!!

ଯେମିତି ଆର୍ଯ୍ୟା ଅମ୍ଵା ପାଇଁ ନିର୍ମାଣ ହୁଏ ଇତିହାସ....

ନିଜକୁ ଅଳ୍ପ ଅଳ୍ପ ଭାଂଗୁଥିଲି ହେଲେ

ଗଢିବା ବିଲକୁଲ ଜଣା ନଥିଲା ମୋତେ

ସାରା ରାସ୍ତା ବିଛେଇ ପଡିଥିଲା

ମୋ ଭଂଗା ଟୁକୁଡା

ସେମାନେ ଦିଶୁଥିଲେ,

କଅଁଳ ଆଖିରେ ଅତି ଯତ୍ନରେ ନିର୍ମାଣ ହେଇ

ଅଚାନକ ଭୁଷୁଡି ପଡିଥିବା ମିଛଟିଏ ପରି ଆଶଂକିତ

ସେ ଟୁକୁଡା ମାନେ କେବେ କେବେ ନିଜକୁ ସଜଉଥିଲେ

ପୁରୁଣା ଦୁର୍ଗରୁ ଶିଉଳି ଛଡେଇବା ପରି ।

କେବେକେବେ ଖୁବ ଗପୁଥିଲେ

ଅନ୍ଧ ନଈର ପାଉଁଜି କଥା...

ଜାଗୁରାତର ପବିତ୍ରତାରେ ବନ୍ଦି ହେଇ

ମରିଥିବା ଈଶ୍ୱରଂକ କଥା....

ପୁଣି କେବେ କଳା ବୁର୍ଖାର ପହରାରୁ

ମୁକୁଳି ଆସିଥିବା ଈରାନୀ ବାଳିକାର ସୁନେଲୀ ଛାତି କଥା

ଅଥଚ ଯତ୍ନରେ ସାଇତି ରଖୁଥିଲେ

ମୋର ନୂଆ କରି ନିର୍ମାଣ ହେବାର ରହସ୍ୟ !

ମୁଁ ବୋଧେ ନିର୍ମିତ ହେଉଥିଲି

ଆଦି ମାନବର ସର୍ବଶେଷ ଖିଆଲ ପରି

ଯିଏ ନିଆଁ ତିଆରି ପରେ ଶିଖିପାରିଲା

ନିଜକୁ ପୋଡିବାର କୈାଶଳ ।

ଦିନେ ତା' ଇଚ୍ଛାରେ

ମୁଁ ହେଲି ଗଭୀର ରାତିର କାହାଣୀ

ତା ଅହଂକାର ହେଲି

ତା ଲହରା କାନ୍ଦର ଲୁହ ହେଲି ଲାଳ ହେଲି

ତା ଆତ୍ମହତ୍ୟା ବି ହେଲି.......

ଦିନେ

ଅଚାନକ ମୁଁ ଠିକ ତା' ଭଳି ଦେଖାଗଲି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍