STORYMIRROR

Santosh Pattnayak

Others

3  

Santosh Pattnayak

Others

ନିର୍ବାଣକୁ ନିଅ ମନ

ନିର୍ବାଣକୁ ନିଅ ମନ

1 min
13.4K


ଫଗୁଣଟା ଗଲା ରଙ୍ଗ ବୋଳିଦେଇ

    ଚାଲିଛି ଚଇତି ଯାତ

ମନେ ଉଙ୍କିମାରେ ଗାଆଁ ସଞ୍ଜବେଳ

    ପକ୍ଷୀ କାକଳୀର ହାଟ....

ମନ ଆନମନା  ବିଚିତ୍ର ଭାବନା

   ଅସମାହିତ ଜୀବନ

ପ୍ରାପ୍ତି - ଅପ୍ରାପ୍ତିର ଅନ୍ତଃ ଦାହନରେ

    ମୋହଗ୍ରସ୍ଥ ଏଇ ମନ

ମଳୟେ ମିଳିଛି ଦିର୍ଘଶ୍ବାସ ସବୁ

   ମିଳନଟା ଦିବାସ୍ବପ୍ନ

 ବିବଶତା କେତେ ଘାରୁଛି ମନକୁ

    ବୈଶାଖିଟା ଧାବମାନ

ଶେଷ ହେଉ ଏଇ ବିଧିର ବ୍ୟବସ୍ଥା

    ମହାବାହୁ ଆର୍ତ୍ତତ୍ରାଣ

 ବିଶ୍ବାସର ଖିଅ ମୁକୁଳିତ ହେଉ

    ନିର୍ବାଣକୁ ନିଅ ମନ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍