ନିର୍ବାଚନ ଜିତେ ସେହି
ନିର୍ବାଚନ ଜିତେ ସେହି
ଜିତିଥାଏ ସେହି, ନିର୍ବାଚନ ରଣେ,
ସାଧୁର ବେଭାର ଜାର ।
ଶାନ୍ତି ଧର୍ମ ପଥେ, ହୁଏ ବିଦ୍ୟମାନ,
ହୃଦୟ ପବିତ୍ର ତାର ।।
ଜିତିଥାଏ ସିଏ, ନିର୍ବାଚନ ରଣେ,
ମଧୁର ବଚନ ଜାର ।
ଭକ୍ତି ରଖିଥାଏ, ସ୍ନେହ ରଖିଥାଏ,
ହୃଦୟରେ ନିରନ୍ତର ।।
ଶାନ୍ତ ସିଷ୍ଟ ଜନ, ସଭିଙ୍କ ଆଦର,
କରଇ ଶାନ୍ତି ଶାସନ ।
ଥୁଆ ରହିଥାଏ, ସେଇ ଲୋକପାଇଁ,
ସର୍ବଦା ରାଜ୍ୟ ଆସନ ।।
ଧନୀ ମାନି ହୋଇ, ପଇସା ବୁଣିଲେ,
ହେବ ନାହିଁ ପ୍ରିୟ ନେତା ।
ଗର୍ବ ହିଂସା ଦ୍ଵେଷ, ଧରିଣ ବକ୍ଷରେ,
ପାଞ୍ଚ ବର୍ଷ ଜାଳେ ଚିତା ।।
ମଧୁର ଭାଷଣ, ମିଥ୍ୟା ପ୍ରଲୋଭନ,
କ୍ଷଣ ସ୍ଥାୟୀ ରାଜନୀତି ।
ମିଳେନା ଆଦର, ସମାଜରେ ତାକୁ,
ଚିର ସ୍ଥାୟୀ ନୁଁହ ଜ୍ୟୋତି ।।
ଏମିତି ଦୁନିଆ, କେହି ନୁଁହ କାର,
ସଭିଏଁ ଖଳୁଆ ସାଜି ।
ମିଛ ମାୟା ସାଥି, କରିଥାନ୍ତି ସର୍ବେ,
ଜିତିବାକୁ ରଣ ବାଜି ।।
ମାୟା ବେଶ ଛାଡି, ଧରି ସାଧୁ ପଥ,
ସତ କର୍ମେ ଥିଲେ ନେତା ।
ନିଶ୍ଚୟ ଜିତିବେ, ନାଗରିକ ମନ,
କର୍ମ କରି ଟେକ ମଥା ।।
^^^^^^^^^^^^^^^^^^^^^^^^^^
ଲେଖକ ( ମହେଶ୍ୱର ସାହୁ )
ଗୋପୀବିନ୍ଧା, ବ୍ରହ୍ମଣଗାଁ,
ବାଲେଶ୍ୱର ( ଭଦ୍ରକ )
