STORYMIRROR

Neelima Nivedita Behera

Others

2  

Neelima Nivedita Behera

Others

ନିରବ ଅନୁରାଗ

ନିରବ ଅନୁରାଗ

1 min
13.7K


କିଏ ଭଲା ରୋକିପାରିବ "କଢି"କୁ

ଫୁଲ ହେଇ ନିଜକୁ ସଂପୂର୍ଣ୍ଣ ପ୍ରସ୍ଫୁଟିତ କରିବାକୁ ?

ନିଜ ଛୋଟ-ବଡ଼ ପାଖୁଡାରେ ରଙ୍ଗ ବୋଳି ଆଖି ଆଇନାରେ ମନ୍ଦ ମନ୍ଦ ହସିବାକୁ ?

ରୋକି ହୁଏ କିନ୍ତୁ ଲୁହକୁ

ଯିଏ ଲୁଚି ରହିଥାଏ ପଲକର ପଛ ପଟେ

ରୋକି ହୁଏ ବି ହସକୁ

ଯିଏ ଝୁଲିଥାଏ ଦୁଇ ଫାଳ ଓଠର କବାଟେ

ରୋକି ହୁଏନି ଯାହା ସିଏ କେବଳ

ତୁମ ପ୍ରତି ମୋର ଅନୁରାଗ...

ଠିକ୍ ସେଇ ଫୁଲ ପରି ଫୁଟୁଥାଏ ଚୁପିଚୁପି ନିରବରେ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ