STORYMIRROR

Santosh Pattnayak

Others

3  

Santosh Pattnayak

Others

ନିଜସ୍ୱାର୍ଥେ ନିଜେ ଯାଅନି ହଜି

ନିଜସ୍ୱାର୍ଥେ ନିଜେ ଯାଅନି ହଜି

1 min
508



ସହାସ୍ରାଧିକରୁ ଅଧିକ ସମୟ

ଲଢି ଆସୁଅଛି ଓଡିଆ ଜାତି

ତଥାପି ବଞ୍ଚିତ ଭାରତେ ଲାଞ୍ଛିତ

ଆଜିବି ରହିଛି ଓଡିଆ ସ୍ଥିତି....


ପାରଳା ନରେଶ ସାଥେ ମଧୁବାବୁ

ଗଢିଦେଇଗଲେ ସ୍ବତନ୍ତ୍ର ରାଜ୍ୟ

ବିଛିନ୍ନା ଅଞ୍ଚଳ ଆଜିବି ଝୁରୁଛିି

ମନେ ଗୁଣିଗୁଣି ଉତ୍କଳ ସୌର୍ଜ୍ୟ....


ଗଣତନ୍ତ୍ରର ଏ ଭାରତ ବରଷେ

ଆଜିବି କାନ୍ଦୁଛି ଉତ୍କଳେଶ୍ବରୀ

ବିଛିନ୍ନାଞ୍ଚଳ ଭାଷାହୀନ ଆଜି

ଚାପରେ ବିତୁଛି ଦୁର୍ଦ୍ଦିନ ତାର....


ଦିସାହୀନ ନୀତି କି'ହେବ ପ୍ରଗତି

ପାଳିଦେଇ ଖାଲି ଦିବସ ଆଜି

ମାତୃଭୂମି ମୋହ ଶାସକ ଛାଡିଛି

ନିଜ ସ୍ବାର୍ଥେ ନିଜେ ଯାଇଛି ହଜି.....


ଜାଗ ଭାତୃ ଭଗ୍ନୀ ଜାଗରେ ଜନତା

ଜାଗ କବିକୁଳ ଜାଗରେ ତୁମେ

ଲେଖନୀରେ ତୁମ ଅଗ୍ନି ବର୍ଷାକର

ଉତ୍କଳ ଜନନୀ ଯଶ ସାଧନେ....


ଅତୀତକୁ ହେଜି ବିବେକରେ ମଜ୍ଜି

ବୁଦ୍ଧିଜୀବି ଗଣ ଦିଅନ୍ତୁ ନୀତି

ବିଛିନ୍ନାଞ୍ଚଳକୁ ମିଶାଇ ପାରିଲେ

ଜନନୀ ଲଭନ୍ତା ପରମ ଶାନ୍ତି....


ଦେଖି ଏଇ ଆମ କୀର୍ତ୍ତି

ଯୁଗଜନ୍ମା ଯେତେ ସରଗ ପୁରରୁ

ଫୁଲ ବରଷାନ୍ତେ ନିତି .....


ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍